ଦେଶର ପ୍ରଥମ ମହିଳା ଭାବେ ତାନିଆ ସେରଗିଲ ନେଲେ ‘ଆର୍ମି ଦିବସ ପରେଡ’ର ନେତୃତ୍ୱ, ଜାଣନ୍ତୁ ତାଙ୍କ ବିଷୟରେ ଆଉ କିଛି ରୋଚକ ତଥ୍ୟ

ଭାରତୀୟ ସେନା ଦିବସରେ ପ୍ରଥମ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ କ୍ୟାପଟେନ ତାନିଆ ସେରଗିଲ ବିଭିନ୍ନ ପୁରୁଷ ଦଳ ଗୁଡିକର ନେତୃତ୍ୱ ନେଇଛନ୍ତି । ଦେଶର ପ୍ରଥମ ମହିଳା ଅଧିକାରୀ ଭବେ ତାନିଆ ଏହି ଗୌରବ ଅର୍ଜନ କରିଛନ୍ତି । ଆହୁରି ମଧ୍ୟ ଆର୍ମି ପରେଡରେ ପ୍ରଥମ ଥର ପାଇଁ ତିନି ସେନା ପ୍ରମୁଖଙ୍କ ସମେତ ଚିଫ ଅଫ ଡିଫେନ୍ସ ଆର୍ମି ବିପିନ ରାବତ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବେ ତାନିଆ ସେରଗିଲଙ୍କ ସହ ଜଡିତ କିଛି ବିଶେଷ କଥା:

୧. ବର୍ତ୍ତମାନ ସମୟରେ ତାନିଆ ସେରଗିଲ ସେନାର ସିଗ୍ନାଲ କୋରର କ୍ୟାପଟେନ ଅଛନ୍ତି । ନିଜ ପରିବାରର ସେ ହେଉଛନ୍ତି ୪ର୍ଥ ପିଢ଼ି ଯିଏକି ସେନାରେ ରହି ଦେଶ ସେବା କରୁଛନ୍ତି ।

tania sergil

୨. ତାନିଆ ସେରଗିଲଙ୍କ ପୁରା ପରିବାର ସେନାରେ କାମ କରିସାରିଛନ୍ତି । ତାଙ୍କ ପିତା ତୋପଖାନେ ବା ଆର୍ଟିଲାରୀ , ଜେଜେ ଆର୍ମଡ଼, ଓ ବଡ଼ ଜେଜେ ଶିଖ ରେଜିମେଣ୍ଟରେ ରହି ଦେଶ ସେବାରେ ଉତ୍ସର୍ଗିକୃତ ହୋଇଥିଲେ ।

୩. ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାନିଆ ଇଲେକ୍ଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନରେ ବି ଟେକ ଡିଗ୍ରୀ ହାସଲ କରିଛନ୍ତି ।

୪ . କ୍ୟାପଟେନ ତାନିଆ ୨୦୧୭ ମସିହା ମାର୍ଚ୍ଚ ମାସରେ ଚେନ୍ନାଇର ଅଫିସର ଟ୍ରେନିଂ ଏକାଡେମୀରୁ ହିଁ ଭାରତୀୟ ସେନାରେ ସାମିଲ ହୋଇଥିଲେ ।

୫. ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବି ତାନିଆ ପ୍ରଥମ ମହିଳା ଭାବେ ଜଣେ ପରେଡ ସହାୟକର ଦାୟିତ୍ୱ ତୁଲାଇବେ । ଗତ ବର୍ଷ ଅର୍ଥାତ ୨୦୧୯ ମସିହା ଗଣତନ୍ତ୍ର ଦିବସ ଅବସରରେ କ୍ୟାପଟେନ ଭାବନା କସ୍ତୁରୀ ପ୍ରଥମ ଥର ପୁରୁଷ କଣ୍ଟିଯେଣ୍ଟକୁ ଲିଡ଼ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.