ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଉଛି ଟ୍ରେନିଂ ପ୍ରୋଗ୍ରାମ୍‌, +୨ ପଢ଼ୁଥିଲେ ଏବେ ହିଁ କରନ୍ତୁ ଆବେଦନ; ମିଳିବ ଆକର୍ଷଣୀୟ ପୁରସ୍କାର ରାଶି

ଏକାଦଶରୁ ଗ୍ରାଜୁଏସନ୍‌ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ରିସର୍ଚ୍ଚ ଓ ଟ୍ରେନିଂ ପାଇଁ ଟାଟା ଟ୍ରଷ୍ଟ (Tata Trusts) ପକ୍ଷରୁ ଆରମ୍ଭ ହୋଇଛି ପ୍ରୋଗ୍ରାମ୍‌। ଏହି ପ୍ରୋଗ୍ରାମର ନାଁ ରହିଛି ଟାଟା ଟ୍ରଷ୍ଟସ୍‌ ମିନ୍ସ ଗ୍ରାଣ୍ଟ ଫର କଲେଜ ୨୦୨୨-୨୩ (Tata Trusts Means Grant for College 2022-23)। ଟାଟା ଟ୍ରଷ୍ଟ ଓ ଆତ୍ମନ ଏକାଡେମୀ (Aatman Academy)ର ମିଳିତ ସହଯୋଗରେ ଏହି ପ୍ରୋଗ୍ରାମ୍‌ ଆୟୋଜିତ ହୋଇଛି। ଏହି ପ୍ରୋଗ୍ରାମରେ +୨ ଠାରୁ +୩ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ରିସର୍ଚ୍ଚ ଓ ଟ୍ରେନିଂ ଦିଆଯିବ। ମୁମ୍ବାଇ ଓ ମୁମ୍ବାଇ ସହରତଳି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ମୁମ୍ବାଇ ଓ ମୁମ୍ବାଇ ସହର ତଳି ଅଞ୍ଚଳର ଏକାଦଶ ଠାରୁ ଆରମ୍ଭ କରି ଗ୍ରାଜୁଏସନ୍‌ ପଢ଼ୁଆ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। କିନ୍ତୁ ଇଞ୍ଜିନିୟରିଂ ପିଲା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ ନାହିଁ। ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀ ଏଥି ପାଇଁ ଆପ୍ଲାଏ କରିପାରିବେ। ଆବେଦନ କରୁଥିବା ଛାତ୍ରଛାତ୍ରୀ ଭାରତୀୟ ହୋଇଥିବା ଆବଶ୍ୟକ। ଆବେଦନ କରୁଥିବା ଛାତ୍ରଛାତ୍ରୀ ଶିକ୍ଷାବର୍ଷ ୨୦୨୨-୨୩ ରେ ଆଡମିଶନ କରିଥିବା ଆବଶ୍ୟକ। ଏଥିସହ ପୂର୍ବ ବର୍ଷ ପରୀକ୍ଷାରେ ପାସ୍‌ ମାର୍କ ରଖିଥିବା ଆବଶ୍ୟକ। ଗୋଟିଏ ପରିବାରର କେବଳ ୨ ଜଣ ପିଲା ହିଁ ଏଥିପାଇଁ ଆବେଦନ କରିପାରିବେ।

ଇଚ୍ଛୁକ ପ୍ରାର୍ଥୀ ଏହି ଟାଟା ଟ୍ରଷ୍ଟସ୍‌ ମିନ୍ସ ଗ୍ରାଣ୍ଟ ଫର କଲେଜ ୨୦୨୨-୨୩ ପ୍ରୋଗ୍ରାମ ପାଇଁ ଇ-ମେଲ ମାଧ୍ୟମରେ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଜାନୁଆରୀ ୨୦୨୩।

ସଂସ୍ଥାର ନାଁ:

ଟାଟା ଟ୍ରଷ୍ଟ (Tata Trusts)

ପ୍ରୋଗ୍ରାମ୍‌ର ନାମ:

ଟାଟା ଟ୍ରଷ୍ଟସ୍‌ ମିନ୍ସ ଗ୍ରାଣ୍ଟ ଫର କଲେଜ ୨୦୨୨-୨୩ (Tata Trusts Means Grant for College 2022-23)

ଶିକ୍ଷାଗତ ଯୋଗ୍ୟତା:

  • ଆବେଦନ କରୁଥିବା ଛାତ୍ରଛାତ୍ରୀ ଶିକ୍ଷାବର୍ଷ ୨୦୨୨-୨୩ ରେ ଆଡମିଶନ କରିଥିବା ଆବଶ୍ୟକ।
  • ମୁମ୍ବାଇ ଓ ମୁମ୍ବାଇ ସହରତଳି ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ କଲେଜ ରହିଥିବା ଆବଶ୍ୟକ।
  • ପୂର୍ବ ବର୍ଷ ପରୀକ୍ଷାରେ ପାସ୍‌ ମାର୍କ ରଖିଥିବା ଆବଶ୍ୟକ।
  • ଗୋଟିଏ ପରିବାରର କେବଳ ୨ ଜଣ ପିଲା ହିଁ ଏଥିପାଇଁ ଆବେଦନ କରିପାରିବେ।
  • ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀ ଏଥି ପାଇଁ ଆପ୍ଲାଏ କରିପାରିବେ।
  • ଇଞ୍ଜିନିୟରିଂ ପିଲା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ ନାହିଁ।

ଜରୁରୀ ତାରିଖ:

  • ଆବେଦନ ଆରମ୍ଭ: ଆରମ୍ଭ ହୋଇସାରିଲାଣି
  • ଆବେଦନ ଶେଷ: ୩୧ ଜାନୁଆରୀ ୨୦୨୩

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌(https://www.tatatrusts.org/our-work/individual-grants-programme/education-grants)କୁ ଯାଆନ୍ତୁ।

Also Read: ଘୋଡ଼ାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ୧୦ ବର୍ଷ ଜେଲ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

Leave A Reply

Your email address will not be published.