ଭିଜିଲାନ୍ସ ରେଡ଼ ପଡିବା ଜାଣି ବାସଭବନରେ କବାଟ ଦେଇ ୧୫ରୁ ୨୦ ଲକ୍ଷ ଟଙ୍କାର ନୋଟ ପୋଡ଼ିଦେଲେ ତହସିଲଦାର

ଜୟପୁର: ଭିଜିଲାନ୍ସ  ରେଡ଼ ପଡିବା ଜାଣି ଘର ଭିତରେ କବାଟ ଦେଇ ୧୫ରୁ ୨୦ ଲକ୍ଷ ଟଙ୍କାର ନୋଟ ପୋଡ଼ି ଦେଲେ ତହସିଲଦାର। ଏଭଳି ଘଟଣା ଘଟିଛି ରାଜସ୍ଥାନ ସିରୋହୀ ଅଞ୍ଚଳରେ ।  ମିଳିଥିବା ସୂଚନା ମୁତାବକ ଗତକାଲି ଅର୍ଥାତ ୨୪ ମାର୍ଚ୍ଚ ୨୦୨୧ରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଟିମ୍ ସିରୋହୀ ତହସିଲଦାର କପିଳେଶ କୁମାର ଜୈନଙ୍କ ବାସଭବନରେ ଚଢାଉ କରିବାକୁ ଯାଇଥିଲା।   ଏହି ସମୟରେ ସେ ନିଜ ବାସଭବନରେ ତାଲା ପକାଇ ପ୍ରାୟ  ୧୫ରୁ ୨୦ ଲକ୍ଷ ଟଙ୍କାର ନୋଟ୍ ପୋଡି ଦେଇଥିବାର ଅଭିଯୋଗ ହୋଇଛି।

ଭାବ୍ରି ଲ୍ୟାଣ୍ଡ ରେକର୍ଡରେ ପ୍ରଭାତ ସିଂ ନାମକ  ଜଣେ ରାଜସ୍ବ ନୀରକ୍ଷକ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ୱ  ନୀରକ୍ଷକଙ୍କୁ  ଧରିଥିଲା ଦୁର୍ନୀତି ନିବାରଣ ବ୍ୟୁରୋ । ପରେ ରାଜସ୍ବ ନୀରକ୍ଷକ ଏହି ଲାଞ୍ଚ ଟଙ୍କାରେ ସିରୋହୀ ତହସିଲଦାର କପିଳେଶ ଜୈନଙ୍କର ଭାଗ ଥିବାର ଦୁର୍ନୀତି ନିବାରଣ ବ୍ୟୁରୋ ଟିମଙ୍କୁ ଜଣାଇଥିଲେ। ଏହାର ତଦନ୍ତ କରି ଗତକାଲି କବିଳେଶଙ୍କ ଘରକୁ ରେଡ଼ କରିବାକୁ ଗଲା ବେଳେ ତହସିଲଦାର ନୋଟ ପୋଡି ଦେଇଥିବାର ଅଭିଯୋଗ ହୋଇଛି।   ଏହି ଘଟଣାରେ ତହସିଲଦାରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି

 

Leave A Reply

Your email address will not be published.