ବାପାଙ୍କ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ଶରଣ ପଶିଲେ ତେଜ ପ୍ରତାପ

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପିତାଙ୍କ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ଶରଣ ପଶିଛନ୍ତି ।  ଆଉ ବାପାଙ୍କ ଉଦ୍ଦେଶ୍ୟରେ କହିଛନ୍ତିଯେ, “ଆପଣ ତୁରନ୍ତ ସୁସ୍ଥ ହୋଇ ଫେରି ଆସନ୍ତୁ ।  ଆପଣ ଅଛନ୍ତି ତ ସବୁ କିଛି ଅଛି ।  ଆଉ ଆପଣ ନାହାନ୍ତି ତ କିଛି ବି ନାହିଁ ।  ମୁଁ ସବୁ ସମୟରେ ଆପଣଙ୍କ ଶରଣରେ ହିଁ ରହିବି ।  ମୋର କେବଳ ମୋ ବାପା ଦରକାର । ଆଉ କିଛି ବି ନୁହେଁ ।  ରାଜନୀତି ବି ମୋର ଲୋଡ଼ା ନାହିଁ ।”  କହିରଖିବା ଉଚିତ ହେବକି ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବୁଧବାର ଏୟାର ଆମ୍ବୁଲାନ୍ସ ଜରିଆରେ ପାଟଣାରୁ ଦିଲ୍ଲୀକୁ ନିଆଯାଇଥିଲା ।  ଆଉ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।  ଲାଲୁଙ୍କ କାନ୍ଧ ସମେତ ତିନିଟି ସ୍ଥାନରେ ଫ୍ରାକ୍ଚର ରହିଛି ।  ତାଙ୍କର ପ୍ରାଥମିକ ଚିକିତ୍ସା ପାଟଣାରେ କରାଯଇଅଥିଲା ।  ସେ ନିଜ ଘରେ ପଡିଯାଇଥିଲେ ।  ଯାହା ଫଳରେ ତାଙ୍କ

 

ଶରୀରରେ ଫ୍ରାକ୍ଚର ହୋଇଥିଲା ।  ୭୪ ବର୍ଷୀୟ ଲାଲୁ ଯାଦବ ରବିବାର ପାଟଣା ସ୍ଥିତ ରାବଡୀ ଆବାସରେ ଗଳି ପଡ଼ିଥିଲେ ।  ଯାହା ପରେ ତାଙ୍କୁ ପାଟଣା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।  ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରି ଆରାମ କରିବାକୁ କହିଥିବା ବେଳେ ପରେ କିନ୍ତୁ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା ।
ଆଉ ଏହି ବାପାଙ୍କର ଆରୋଗ୍ୟ କାମନା କରି ତେଜ ପ୍ରତାପ ଯାଦବ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।  ଆଉ ସବୁଠୁ ବଡ ଖବର ହେଉଛି ନିଜର ଏହି ଭିଡିଓରେ ତେଜ ପ୍ରତାପ ନିଜକୁ ରାଜନୀତି ଠାରୁ ଦୁରେଇ ରଖିବାକୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.