ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡ଼ପତ୍ର ମାମଲାରେ ନିରବତା ଭାଙ୍ଗିଲେ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ, ଭିଡିଓ ସେୟାର କରି କହିଲେ- ଶ୍ୱଶର ଘର ଲୋକ ହଇରାଣ କରୁଛନ୍ତି

ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡ଼ପତ୍ର ଉପରେ ନିରବତା ଭାଙ୍ଗିଛନ୍ତି। ସେ ମିଡିଆର ରିପୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହି ମାମଲାକୁ ଆଇନ୍‌ ଅନୁସାରେ ଶେଷ ହେବାକୁ ଦିଅନ୍ତୁ। ସେ କହିଛନ୍ତି, ତାଙ୍କ ବ୍ୟକ୍ତିଗତ ମାମଲାକୁ ସର୍ବସମ୍ମୁଖକୁ ଆଣିବା ବନ୍ଦ କରାଯାଉ। ନଚେତ୍‌ ସେ ଆଉ ଚୁପ୍‌ ରହିବେ ନାହିଁ। ଏ ଅବସରରେ ବିବାହ ଯୋଗୁ ସେ ଭୋଗିଥିବା ନିର୍ଯାତନାର ପ୍ରମାଣ ଲୋକଲୋଚନକୁ ଆଣିବାକୁ ମଧ୍ୟ ଧମକ ଦେଇଛନ୍ତି।

ତେଜ ପ୍ରତାପ ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ ଜାରି କରି ବିବାହ ସହ ଜଡ଼ିତ ସତ୍ୟତା ସମସ୍ତଙ୍କ ସାମ୍ନାରେ ରଖିଛନ୍ତି। ୭ ମିନିଟ୍‌ର ଏହି ଭିଡିଓରେ ତେଜ ପ୍ରତାପ କହିଛନ୍ତି, ଆପଣମାନେ ଜାଣିଛନ୍ତି ଯେ ୪ ବର୍ଷ ହେଲାଣି ମୋ ଛାଡ଼ପତ୍ର ମାମଲା ଚାଲିଛି। ମୁଁ ପ୍ରଥମେ ଏ ନେଇ କିଛି କହୁନଥିଲି। ମୁଁ ଚୁପ୍‌ ଥଲି। କିନ୍ତୁ ଏବେ ମୋତେ କହିବାକୁ ବାଧ୍ୟ କରାଯାଉଛି।


ଲାଲୁ ଯାଦବଙ୍କ ବଡ଼ ପୁଅ ମିଡିଆ ଉପରେ ଅସନ୍ତୋଷ ଜାହିର କରି କହିଛନ୍ତି, ସେ ଲୋକମାନେ ଆମ ଘର ଉପରେ ଚାପ ପକାଉଛନ୍ତି। ଏସବୁ କଥା ବିହାରର ଲୋକମାନେ ଦେଖୁଛନ୍ତି। କୋର୍ଟ ମଧ୍ୟ ଏହି ମାମଲାରେ ମିଡିଆକୁ କୌଣସି ଖବର ପ୍ରସାରଣ ପାଇଁ ମନା କରିଥିଲେ। କିନ୍ତୁ ମିଡିଆ ଏବେ ବି ଏହାକୁ ଖବର କରୁଛି। ପ୍ରତିଦିନ କୌଣସି ନା କୌଣସି ଖବର ଦେଖିବାକୁ ମିଳୁଛି। ଏ ଅବସରରେ ସେ ଏକ ମିଡିଆର ରିପୋର୍ଟିଂକୁ ମଧ୍ୟ ଉଲ୍ଲେଖ କରିଥିଲେ।

ଦେଖନ୍ତୁ ଭିଡିଓ:

Image Credit: Facebook

ତେଜ ପ୍ରତାପ ଅସନ୍ତୋଷ ଜାହିର କରି ଲୋକଙ୍କୁ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବରକୁ ବିଶ୍ୱାସ କରିବାକୁ ମନା କରିଛନ୍ତି। ସେ ଧମକ ଦେଇଛନ୍ତି ଯେ ଯଦି ଏସବୁ ବନ୍ଦ ନ ହୁଏ, ସେ ଖୁବ୍‌ ଶୀଘ୍ର ପ୍ରମାଣ ସହ ଆସିବେ। ଏହି ମାମଲାକୁ ଆଇନ୍‌ ଅନୁସାରେ ଶେଷ କରିବାକୁ କହିଛନ୍ତି ତେଜ ପ୍ରତାପ ଯାଦବ।

Also Read: ପୋଡ଼ା ରୁଟି ଧରି କୋର୍ଟରେ ପହଞ୍ଚିଲା କଏଦୀ, କହିଲା- ଜଜ୍‌ ସାହେବ! ଜେଲରେ ଏମିତି ଖାଇବାକୁ ଦେଉଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.