ତେଜ୍ ପ୍ରତାପ ଯାଦବ କାହାକୁ କହିଲେ ‘ଦୁର୍ଯ୍ୟୋଧନ’ , କାହିଁକି ସର୍ବନାଶ କରିବାର ଦେଲେ ଧମକ ଜାଣନ୍ତୁ ଏହି ରିପୋର୍ଟରୁ

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ହଲଚଲ ମଝିରେ ବିହାରର ସବୁଠୁ ବଡ ରାଜନୈତିକ ପରିବାର ଲାଲୁ ପ୍ରସାଦ ଯାଦବଙ୍କ ଘରେ ଏବେ ବି କିଛି ଠିକ ନଥିବା ଭଳି ଲାଗୁଛି। ବିହାରର ପୂର୍ବ ମନ୍ତ୍ରୀ ତେଜ ପ୍ରତାପ ଯାଦବ ନିଜର ସମ୍ପର୍କୀୟଙ୍କୁ ଟିକେଟ ନମିଳିବାରୁ ସେ ସୋସିଆଲ ମିଡିଆ ଜରିଆରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ ଟ୍ବିଟ୍ ମାଧ୍ୟମରେ କାହାକୁ ଦୁର୍ଯ୍ୟୋଧନ କରି ସମ୍ବୋଧନ କରିଛନ୍ତି ଏହା ସହିତ ତାଙ୍କର ସର୍ବନାଶ ହେବାର କଥା କହିଛନ୍ତି।

ଥରେ ତେଜ ପ୍ରତାପ ଯାଦବ ନିଜ ସାନ ଭାଇ ଏବଂ ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଅର୍ଜୁନ ବୋଲି କହି ନିଜକୁ କୃଷ୍ଣ ବୋଲି କହିଥିଲେ। କିନ୍ତୁ ଏବେ ତାଙ୍କ ଏହି ଟ୍ବିଟ କିଛି ଅଲଗା ଆଡକୁ ଇସାରା କରୁଛି। କୁହାଯାଉଛି ସେ ତାଙ୍କ ସାନ ଭାଇଙ୍କୁ ହିଁ ଦୁର୍ଯ୍ୟୋଧନ ବୋଲି କହିଛନ୍ତି। ଏବଂ ତାଙ୍କର ସର୍ବନାଶ ହେବା କଥା ମଧ୍ୟ କହିଛନ୍ତି। ଅବଶ୍ୟ ସେ ଦୁର୍ଯ୍ୟୋଧନ କାହାକୁ କହିଛନ୍ତି ସେ କହିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.