ତେଜ ପ୍ରତାପ ଯାଦବ ଧାରଣ କଲେ ଭଗବାନ ଶିବଙ୍କ ରୂପ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭଗବାନ ଶିବଙ୍କ ରୂପ ଧାରଣ କରି ପାଟଣାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମିତି ସରସ୍ବତୀ ପୂଜା ଅବସରରେ ମଧ୍ୟ ସେ ଅଲଗା ବେଶରେ ନଜର ଆସିଥିଲେ।
ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ ଭଗବାନ ଶ୍ରୀକୃଷ୍ଣ ଙ୍କ ରୂପ ଧାରଣ କରିଥିଲେ। ତା’ପରେ ସେ ଜିଲାପି ଛାଣୁଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

ଏହାସହ ପଢ଼ନ୍ତୁ: ଜେଏନୟୁରେ ରାଗିଙ୍ଗ: କୁହାଗଲା, ‘ବିହାରୀ ତୁମେ?’, ହଁ କହିବାରୁ କାନ ଧରେଇ କରାଇଲେ ଉଠ୍ ବସ୍

ଶ୍ରାବଣ ମାସରେ ପୁଣି ଭଗବାନ ଶିବଙ୍କ ଭକ୍ତିରେ ଡୁବି ଥିବା ତେଜ ପ୍ରତାପ ଧଳା ଧୋତି ପିନ୍ଧିଥିବା ନଜର ଆସିଛନ୍ତି। ଏହାସହ ପୂରା ଶରୀରରେ ସେ ପାଉଁଶ ମଧ୍ୟ ବୋଳି ହୋଇଥିଲେ। ଏଠାରେ କହି ରଖୁଛୁ ଯେ ଲାଲୁଙ୍କ ପୁଅ ତେଜ ପ୍ରତାପ ତାଙ୍କ ରାଜନୈତିକ ଚାଲିଚଳଣଠାରୁ ନିଜ ବେଶ ପରିପାଟୀକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.