ଜମ୍ମୁ କଶ୍ମୀରର ସାଧାରଣ ଜନତାଙ୍କ ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ, ରାସ୍ତା କଡ଼ରେ ଫଳ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ କଶ୍ମୀରର ସାଧାରଣ ନାଗରିକ । ଗତକାଲି ୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଜଣଙ୍କ ଘର ବିହାର ଓ ଅନ୍ୟ ଜଣଙ୍କ ଘର ଉତ୍ତର ପ୍ରଦେଶରେ । ବିହାରର ଅରବିନ୍ଦ କୁମାର ଶ୍ରୀନଗରରେ ରାସ୍ତା କଡ଼ରେ ଫଳ ବିକ୍ରି କରୁଥିଲେ। ତାଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳିକରି ହତ୍ୟା କରିଛନ୍ତି ।

ସେହିଭଳି ପୁଲଓ୍ଵାମାରେ ସାଗିର ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସେ କାଠ ମିସ୍ତ୍ରୀ କାମ କରୁଥିଲେ । ଏହି ଦୁଇ ଜଣଙ୍କୁ ମିଶାଇ ଗତ କିଛି ଦିନ ଭିତରେ ମୋଟ ୯ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କଲେଣି ଆତଙ୍କବାଦୀ ।  ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ଟାର୍ଗେଟ୍‌ କରିବା ପରେ ବଡ଼ ଧରଣର ଅପରେସନ୍‌ ଆରମ୍ଭ କରିଛି ସୁରକ୍ଷା ବାହିନୀ । ୯ଟି ଏନକାଉଣ୍ଟରରେ ୧୩ ଜଣ ଆତଙ୍କବାଦୀ ନିହତ ହୋଇଛିନ୍ତି । କେବଳ ଶ୍ରୀନଗରରେ ୨୪ ଘଣ୍ଟା ଭିତରେ ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସୁରକ୍ଷା ବାହିନୀ ।

Leave A Reply

Your email address will not be published.