ଥାଇଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ଯରେ ଲାଗିଥିଲେ ଭାରତୀୟ ଇଞ୍ଜିନିୟର

ଥାଇଲାଣ୍ଡ ଗୁମ୍ଫାରୁ ୧୨ ଜଣ ଫୁଟବଲ ଖେଳାଳି ଓ କୋଚକୁ ଉଦ୍ଧାର କରିବାରେ ଭାରତୀୟଙ୍କ ହାତ। ମହାରାଷ୍ଟ୍ର କିର୍ଲୋସ୍କର ବ୍ରଦର୍ସ କମ୍ପାନୀର ଇଞ୍ଜିନିୟର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ। ଏହି ରେସକ୍ୟୁ ଅପରେସନରେ ଅନେକ ଦେଶ ଲାଗିଥିଲେ। ଏହି ସମୟରେ ଥାଇଲାଣ୍ଡ ସରକାର, ଭାରତ ସରକାରଙ୍କୁ କିର୍ଲୋସ୍କର ପମ୍ପ ପଠାଇବା ପାଇଁ ଅନୁରୋଧ କରିଥିଲେ।

ପମ୍ପ ଦ୍ୱାରା ଗୁମ୍ଫା ଭିତରୁ ପାଣି ବାହାର କରାଯାଇଥିଲା। ବ୍ୟାଙ୍କକରେ କିର୍ଲୋସ୍କର କମ୍ପାନୀର ଏକ ବ୍ରାଞ୍ଚ ରହିଛି। ସେହିଠାରୁ ରେସକ୍ୟୁ ଅପରେସନ୍ ପାଇଁ ପମ୍ପ ପଠାଯାଇଥିଲା। ସାଙ୍ଗଲି ଜିଲ୍ଲାର ପ୍ରସାଦ କୁଲକର୍ଣ୍ଣୀଙ୍କ ନେତୃତ୍ୱରେ ଏକ ଟିମ୍ ଥାଇଲାଣ୍ଡ ଯାଇଥିଲା। ସେଠାରେ ଜଙ୍ଗଲ ଭିତରେ ଜେନେରେଟର ସାହାଯ୍ୟରେ କାମ ଆରମ୍ଭ କରିଥିଲେ।

ଫଳରେ ଦୀର୍ଘ ଦିନ ପରେ ଗତକାଲି ଗୁମ୍ଫା ଭିତରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅପରେସନ୍ ସଫଳ ହେବା ପରେ ଥାଇଲାଣ୍ଡ ସରକାର ଏହି ଟିମକୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୧ରେ ମଧ୍ୟ ଥାଇଲାଣ୍ଡରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ବ୍ୟାଙ୍କକରେ ଥିବା କିର୍ଲୋସ୍କର କମ୍ପାନୀ ସହାୟତା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.