ଜିତିଗଲେ ଯଶୋଦା : ଜନ୍ମଦାତ୍ରୀଠାରୁ ବେଶି ଅଧିକାର ପାଳିତା ମା’ର, ଦୁଇ ମହିଳାଙ୍କ ବିବାଦରେ ହାଇକୋର୍ଟଙ୍କ ରାୟ

ତାମିଲନାଡ଼ୁରେ ୧୦ ବର୍ଷର ଜଣେ ବାଳିକାକୁ ନେଇ ଦୁଇ ମାଆ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ମାଡ୍ରାସ ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି କି, ଜନ୍ମ ଦେଇ ନ ଥିଲେ ସୁଦ୍ଧା ଜନ୍ମର କିଛିଦିନ ପରଠାରୁ ଲାଳନପାଳନ କରି ଆସୁଥିବା ମାଆଠୁ ପିଲାକୁ କେହି ଅଲଗା କରି ପାରିବେ ନାହିଁ। କିନ୍ତୁ ବାଳିକାକୁ ଜନ୍ମ ଦେଇଥିବା ତା’ର ପ୍ରକୃତ ମାଆ, ବାପା ଏବଂ ସମ୍ପର୍କୀୟ ସପ୍ତାହରେ ଥରେ ଆସି ସେମାନଙ୍କ ପିଲାକୁ ଭେଟି ପାରିବେ।

ହାଇକୋର୍ଟ କହିଛନ୍ତି, ବାଳିକା ସେହି ମହିଳାଙ୍କ ପାଖରେ ରହିବ, ଯିଏ ତାକୁ କୋଳେଇ ନେଇଛନ୍ତି। ଦଶ ବର୍ଷ ଧରି ଜଣେ ମାଆ ଭାବରେ ତାଙ୍କର ସେବା, ଯତ୍ନ କରି ଆସୁଛନ୍ତି। ଜନ୍ମଦାତ୍ରୀ ମାଆ ସାରଣ୍ୟାଙ୍କର ଏହି ବାଳିକା ହେଉଛି ଦ୍ୱିତୀୟ ସନ୍ତାନ, ଯାହାକୁ ସାରଣ୍ୟା ଜନ୍ମର ୧୦୦ ଦିନ ପରେ ହିଁ ନିଜ ନଣନ୍ଦ ସତ୍ୟାଙ୍କ ହାତକୁ ଟେକି ଦେଇଥିଲେ। ଏହାପରେ ବାଳିକା ଦଶ ବର୍ଷ ହେବ ସତ୍ୟାଙ୍କ ପାଖରେ ହିଁ ରହି ଆସୁଥିଲା। ହାଇକୋର୍ଟରେ ଜଷ୍ଟିସ୍‌ ପିଏନ୍‌ ପ୍ରକାଶ ଓ ଜଷ୍ଟିସ୍‌ ଆର ହେମଲତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଦେଶ ପାରିତ କରିଛନ୍ତି। ହାଇକୋର୍ଟ ଅସୁବିଧା ଭୋଗୁଥିବା ଏହି ବାଳିକାକୁ ଯଥାଶୀଘ୍ର ତା’ର ପାଳିତ ମାଆ ସତ୍ୟାଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଳିକାକୁ ନେଇ ଦେଖା ଦେଇଥିବା ବିବାଦ ଭିତରେ ପ୍ରଶାସନ ତାକୁ ବାଲ କଲ୍ୟାଣ ସମିତିର ଦେଖାଶୁଣାରେ ଛାଡ଼ିଥିଲା।

ଖଣ୍ଡପୀଠ ନିଜ ଆଦେଶରେ ଆଉ ଏକ କଥା ସ୍ପଷ୍ଟ କରି ଦେଇଛନ୍ତି ଯେ ବାଳିକା ସାବାଳିକା ହେବା ପର୍ଯ୍ୟନ୍ତ ତାକୁ ତା’ର ଜନ୍ମଦାତ୍ରୀ ମାଆ ସାରଣ୍ୟା ଓ ବାପା ଶିବକୁମାର ସେମାନଙ୍କ ସହିତ ରହିବା ପାଇଁ କୌଣସି ବି ପ୍ରକାର ଅଧିକାର ଉପଯୋଗ କରି ପାରିବେ ନାହିଁ। ତେବେ ଖବର ମୁତାବକ, ବିବାଦ ସେବେ ଆରମ୍ଭ ହୋଇଥିଲା, ଯେବେ ୨୦୧୯ରେ ସତ୍ୟାଙ୍କ ସ୍ୱାମୀ ରମେଶଙ୍କର କ୍ୟାନସରରେ ମୃତ୍ୟୁ ଘଟିଥିଲା। ଏହାପରେ ସାରଣ୍ୟା, ସତ୍ୟାଙ୍କୁ ନିଜର ଝିଅ ମାଗିଥିଲେ। ଯେତେବେଳେ ଏହି ମାମଲା ଥାନାରେ ପହଞ୍ଚିଥିଲା, ତ ବାଳିକାକୁ ବାଲ କଲ୍ୟାଣ ସମିତିରେ ରଖା ଯାଇଥିଲା। ଏହାପରେ ଉଭୟ ପକ୍ଷ ହାଇକୋର୍ଟରେ ହାବିସ୍‌ କର୍ପସ ପିଟିସନ ଦାଖଲ କରିଥିଲେ। ପରେ ମାମଲାରେ ହାଇକୋର୍ଟର ଜୁଭେନାଇଲ ଜଷ୍ଟିସ୍‌ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ପ୍ରକାଶଙ୍କ ହସ୍ତକ୍ଷେପ ନେଇ ଦାବି ଆରମ୍ଭ ହୋଇଥିଲା। ମାମଲା ସୋସିଆଲ ମିଡିଆରେ ବି ଛାଇ ଯାଇଥିଲା। ସେତେବେଳେ ହାଇକୋର୍ଟ ମାମଲା ବିଷୟରେ ଅବଗତ ହୋଇ ଏବେ ଆଦେଶ ପାରିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.