ମଝି ସମୁଦ୍ରରେ ନିଜ କଅଁଳ ଶିଶୁକୁ ଗଣ୍ଠିଲିରେ ବାନ୍ଧି ଫୋପାଡ଼ି ଦେଲା ବାପା, ପରିସ୍ଥିତି ଆଗରେ ହାର ମାନିଲା ପିତୃତ୍ୱ : ଦେଖନ୍ତୁ ଛାତି ଥରା ଭିଡିଓ

କୋଳରେ ଗୋଟିଏ ସନ୍ତାନ ପାଇଁ ବାପା ମା‘ କେତେ ସ୍ୱପ୍ନ ଦେଖିଥାନ୍ତି । କେତେ ଓଷା ବ୍ରତ କରିଥାନ୍ତି ପୁଅଟିଏ ପାଇବା ପାଇଁ । ସନ୍ତାନର ସବୁ ଅଳି ଅର୍ଦ୍ଦଳୀ ସହିଥାନ୍ତି ବାପା ମା‘ । ହେଲେ ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ। କାରଣ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ବାପା ତାର ପୁଅକୁ ପାଣି ଭିତରକୁ ଫିଙ୍ଗିଦେଉଥିବାର ନଜର ଆସୁଛନ୍ତି। ଯାହାର କାରଣ ଜାଣିବା ପରେ ଆପଣ ବି ଚକିତ ହୋଇଯିବେ ।

ସୂଚନାନୁସାରେ, କିଛି ପ୍ରବାସୀ ତୁର୍କୀରୁ ଇଟାଲୀ ଯାଇଥିଲେ। କିନ୍ତୁ ବାଟରେ ଯିବା ସମୟରେ ପିଇବା ପାଇଁ ପାଣି ସରି ଯାଇଥିଲା । ଯାହା ଫଳରେ ଯାତ୍ରା କରୁଥିବା କିଛି ଲୋକ ଶୋଷକୁ ମେଣ୍ଟାଈ ନପାରି ରାସ୍ତାରେ ମୃତ୍ୟବାରଣ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ କେତେକ ମହିଳା ଓ ଶିଶୁ ଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଭିଡିଓରେ ପିଲାଟିକୁ ଫିଙ୍ଗିଥିବା ବ୍ୟକ୍ତି ସିରିଆର ବାସିନ୍ଦା। ଏହି ବ୍ୟକ୍ତି ନିଜ ପରିବାର ସହିତ ବେଆଇନ ଭାବେ ଇଟାଲୀ ଯାଉଥିଲେ। କିନ୍ତୁ ମଝି ରାସ୍ତରେ ଏପରି ଏକ ଦୁର୍ଘଟଣା ଘଟିଲା ଯେ ବାପା ତାର ଜୀବନର ଏକ ଅଂଶକୁ ପାଣି ଭିତରକୁ ଫୋପାଡ଼ିବାକୁ ବାଧ୍ୟ ହୋଇଥିଲା ।

ଖବର ଅନୁଯାୟୀ, ଅଗଷ୍ଟ ୨୭ ରେ ୩୨ ଜଣ ପ୍ରବାସୀ ତୁର୍କୀର ଆଣ୍ଟାଲିଆ ସହରରୁ ଇଟାଲୀର ପୋଜାଲୋକୁ ଯାଇଥିଲେ। ଯାତ୍ରା ଦୀର୍ଘ ସମୟର ଥିଲା । ସେ ଅନୁମାନ କରିପାରିଲେ ନାହିଁ ଯେ ଏହି ଲମ୍ବା ଯାତ୍ର ସମୟରେ କେତେ ଖାଦ୍ୟ ଏବଂ ଜଳ ଆବଶ୍ୟକ ହେବ। ଦୁଭାଗ୍ୟବଶତଃ ରାସ୍ତା ମଝିରେ ହିଁ ଖାଦ୍ୟ, ଜଳ ଏବଂ ତେଲ ସରିଯାଇଥିଲା । ଯେଉଁଥିପାଇଁ ଭୋକ ଓ ଶୋଷ ଯୋଗୁଁ ଡଙ୍ଗାରେ ଥିବା ଶିଶୁ ଓ ମହିଳାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ଏହି ସମୟରେ କିଛି ଲୋକ ସମୁଦ୍ର ଜଳ ମଧ୍ୟ ପିଇଥିଲେ। ଯେଉଁଥିପାଇଁ ଶରୀର ଡିହାଇଡ୍ରେଟ୍ ହୋଇଗଲା ଏବଂ ୬ ପ୍ରାଣ ହରାଇଥିଲେ।

ଏହି ୬ ଜଣଙ୍କ ମୃତ୍ୟୁ ପରେ ମୃତଦେହକୁ ଅଲଗା ରଖାଯାଇଥିଲା। କିନ୍ତୁ ଯାତ୍ରା ଏତେ ଲମ୍ବା ଥିଲା ଯେ ମୃତଦେହରେ ରାସ୍ତା ମଝିରେ ପୋକ ହେବାକୁ ଲାଗିଲା। ଏଥିପାଇଁ ମୃତଦେହ ସମୁଦ୍ରରେ ଫିଙ୍ଗିବାକୁ ପରିବାର ଲୋକେ ବାଧ୍ୟ ହୋଇଥିଲେ। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଆବୃତ ହୋଇଥିବା ମୃତ ଶରୀରକୁ ପାଣିରେ ଫୋପାଡି ଦେଉଛନ୍ତି। ତେବେ ସେହି ମୃତଶରୀର ହେଉଛି ସେଇ ଛୋଟ ଶିଶୁ। ଯାହାକୁ ତାର ଜନ୍ମକଲା ବାପା ନିଜ ହାତରେ ପାଣି ଭିତରକୁ ଫିଙ୍ଗି ଦେଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ସେୟାର ହୋଇଛି ।

ସୂଚନା ଅନୁସାରେ ସମୁଦ୍ର କୂଳରେ ଫସି ରହିଥିବା ଲୋକଙ୍କ ବିଷୟରେ ଯେତେବେଳେ ଇଟାଲୀ ଜାଣିବାକୁ ପାଇଲା, ସେତେବେଳେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଜାହାଜ ଆସି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ତେବେ ଡଙ୍ଗାରେ ୩୦ ଜଣ ଲୋକ ଅଛନ୍ତି ବୋଲି ULHRC ସୂଚନା ଦେଇଥିଲା। ସେଥିମଧ୍ୟରୁ ୬ ଜଣଙ୍କର ଭୋକ ଓ ଶୋଷ ଯୋଗୁଁ ମୃତ୍ୟୁ ଘଟିଥିଲା । ଏଥିସହିତ ଉଦ୍ଧାର ହୋଇଥିବା ଲୋକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବେ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.