ବ୍ରିଟେନର ନୂଆ ରାଜା ଚାର୍ଲସ୍‌ ତୃତୀୟଙ୍କୁ ନେଇ ଭବିଷ୍ୟବାଣୀ କଲେ ଯୁବକ; ରାଣୀଙ୍କୁ ନେଇ କରିଥିବା ଭବିଷ୍ୟବାଣୀ ସତ ପ୍ରମାଣିତ!

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ନେଇ ସଠିକ୍‌ ଭବିଷ୍ୟବାଣୀ କରିଥିବା ବ୍ୟକ୍ତି ଏବେ ପୁଣି କିଙ୍ଗ୍‌ ଚାର୍ଲସ ତୃତୀୟଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ବ୍ୟକ୍ତି ଜଣକ କିଛି ମାସ ତଳେ ଏହି ଭବିଷ୍ୟବାଣୀ କରିଥିଲେ। ଆଉ ଯେତେବେଳେ ତାଙ୍କ ଭବିଷ୍ୟବାଣୀ ରାଣୀଙ୍କ କ୍ଷେତ୍ରରେ ସତ ପ୍ରମାଣିତ ହୋଇଯାଇଛି, ତ ଲୋକମାନଙ୍କୁ ନୂଆ ରାଜାଙ୍କୁ ନେଇ ଚିନ୍ତା ଘାରିବାରେ ଲାଗିଛି। ରାଣୀ ଏଜିଲାବେଥ୍‌ଙ୍କ ମୃତ୍ୟୁର ସଠିକ୍‌ ତାରିଖ କହିଥିବା ଏହି ବ୍ୟକ୍ତି ନୂଆ ରାଜାଙ୍କ ମୃତ୍ୟୁର ତାରିଖ ମଧ୍ୟ କହି ଦେଇଛନ୍ତି। ତେଣୁ ତାଙ୍କର ଦ୍ୱିତୀୟ ଭବିଷ୍ୟବାଣୀକୁ ନେଇ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।

ଲୋଗାନ୍‌ ସ୍ମିଥ୍‌ ନାମକ ବ୍ୟକ୍ତି ନିଜ ଟ୍ଵିଟର ଆକାଉଣ୍ଟ (@logan_smith526)ରେ ଏକ ପୋଷ୍ଟ୍‍ କରିଥିଲେ। ଏଥିରେ ସେ ଭବିଷ୍ୟବାଣୀ କରିଥିଲେ କି, ବ୍ରିଟେନରେ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କରିଥିବା ମହାରାଣୀ କ୍ୱିନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିଧନ ସେପ୍ଟେମ୍ବର ୮, ୨୦୨୨ ମସିହାରେ ହେବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋଗାନ୍‌ ସ୍ମିଥ୍‌ଙ୍କର ଏହି ଭବିଷ୍ୟବାଣୀ ଏକଦମ୍‌ ସତ ପ୍ରମାଣିତ ହୋଇଯାଇଛି। ଲୋଗାନ୍‌ ୨୦୨୨, ଜୁନ୍‌ ୭ରେ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଟ୍ଵିଟ୍‌ କରିଥିଲେ। ବର୍ତ୍ତମାନ ଯେତେବେଳେ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି, ତ ବ୍ୟକ୍ତିଙ୍କ ଟ୍ଵିଟ୍‌ ଖୁବ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଟ୍ଵିଟ୍‌ର ସ୍କ୍ରିନ୍‌ଶର୍ଟ ବହୁଳ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି।

ଇତି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଲୋଗାନ୍‌ ସ୍ମିଥ୍‌ ଯେଉଁ ଟ୍ଵିଟ୍‌ରେ ରାଣୀଙ୍କ ମୃତ୍ୟୁ ତାରିଖ କହିଥିଲେ, ସେହି ଟ୍ଵିଟ୍‌କୁ ଅପ୍‌ଡେଟ କରି ସେ ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ମୃତ୍ୟୁକୁ ନେଇ ମଧ୍ୟ ଦାବି ରଖିଛନ୍ତି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ କିଙ୍ଗ୍‌ ଚାର୍ଲସଙ୍କ ମୃତ୍ୟୁ ମାର୍ଚ୍ଚ ୨୮, ୨୦୧୬ରେ ହେବ। ତେବେ ମହାରାଣୀଙ୍କ ମୃତ୍ୟୁ ପରେ ଯେତେବେଳେ ଲୋଗାନ୍‌ ସ୍ମିଥ୍‌ଙ୍କ ଟ୍ଵିଟ୍‌ ଭାଇରାଲ ହେବାରେ ଲାଗିଥିଲା, ତ ସେ ନିଜ ଆକାଉଣ୍ଟକୁ ପ୍ରାଇଭେଟ୍‌ କରି ଦେଇଥିଲେ। ଏବେ କେବଳ ସେହି ଲୋକମାନେ ତାଙ୍କ ଟ୍ଵିଟ୍‌କୁ ଦେଖି ପାରିବେ, ଯେଉଁମାନେ ତାଙ୍କୁ ଫଲୋ କରୁଛନ୍ତି। ତେଣୁ ଲୋଗାନ୍‌ ସ୍ମିଥ୍‌ଙ୍କ ନୂଆ ଟ୍ଵିଟ୍‌ ପବ୍ଲିକ୍‌ରେ ଦେଖାଯାଉ ନାହିଁ। ତଥାପି ବିଭିନ୍ନ ପ୍ଲାଟ୍‌ଫର୍ମରେ ନେଟିଜନ୍ସ ଟ୍ଵିଟ୍‌ର ସ୍କ୍ରିନ୍‌ଶର୍ଟ ସେୟାର କରିବାରେ ଲାଗିଛନ୍ତି।

queen2
photo: hindi oneindia

ବକିଙ୍ଗ୍‌ହମ୍‌ ପ୍ୟାଲେସ୍‌ ସେପ୍ଟେମ୍ବର ୮ରେ ଏକ ବିବୃତ୍ତି ଜାରି କରି ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଏଲିଜାବେଥ୍ ଦ୍ୱିତୀୟ ହେଉଛନ୍ତି ବ୍ରିଟେନରେ ସବୁଠାରୁ ଦୀର୍ଘ ସମୟ ଧରି ରାଜ୍‌ କରିଥିବା ରାଜକୀୟ ବ୍ୟକ୍ତିତ୍ୱ। ସେ ୭୦ ବର୍ଷ ଶାସନର ଶୀର୍ଷରେ ରହିଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟ ହେଉଛନ୍ତି ରାଜା ଜର୍ଜ ଷଷ୍ଠ ଏବଂ ରାଣୀ ଏଲିଜାବେଥଙ୍କର ପ୍ରଥମ ସନ୍ତାନ। ବାପାଙ୍କ ମୃତ୍ୟୁ ପରେ ସେ ବ୍ରିଟେନର ରାଣୀ ହୋଇଥିଲେ। ବର୍ତ୍ତମାନ ଏଜିଲାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜଗାଦିର ଅଧିକାରୀ ହୋଇଛନ୍ତି ପ୍ରିନ୍ସ ଚାର୍ଲସ। ମା’ଙ୍କ ମୃତ୍ୟୁ ପରେ ଏବେ ରାଜଗାଦି ସମ୍ଭାଳିବେ ଚାର୍ଲସ।

Leave A Reply

Your email address will not be published.