କଠିନ ପରିଶ୍ରମ ପରେ ଦିନ ଯାକର ରୋଜଗାର ଗଣୁଥିଲେ ବୃଦ୍ଧ; ଭିଡିଓ ଦେଖିଲେ କାନ୍ଦି ପକାଇବେ ଆପଣ…ଥରେ ପକାନ୍ତୁ ନଜର

ଆପଣଙ୍କ ଗୋଟିଏ ଦିନର ରୋଜଗାର କେତେ ହୋଇଥିବ? ଯଦି ଆପଣ ଚାକିରିଆ, ତା’ ହେଲେ ପ୍ରତ୍ୟେକ ମାସ ଆରମ୍ଭରେ ନଚେତ୍‌ ଶେଷରେ ଏକ ନିର୍ଦ୍ଦିଷ୍ଟ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ଯାଉଥିବ। କିନ୍ତୁ ଏହି ଦେଶରେ ସମସ୍ତଙ୍କ ପାଖରେ ଚାକିରି ନାହିଁ। ତେଣୁ ବହୁତ ଲୋକ ଦିନ ମଜୁରିଆ ଭାବେ କାମ କରୁଛନ୍ତି ତ ଆଉ କେହି କେହି ଠେଲା ଲଗାଉଛନ୍ତି। ସେମାନଙ୍କର ଗୋଟିଏ ଦିନର ରୋଜଗାର ସେମାନଙ୍କ ପାଇଁ ବହୁତ ଗୁରୁତ୍ୱ ରଖିଥାଏ।

ଏବେ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଭାବପ୍ରବଣ ହୋଇ ପଡ଼ୁଛନ୍ତି। ଏଥିରେ ବୃଦ୍ଧ ଜଣକ ତାଙ୍କ ଦିନ ଯାକର ରୋଜଗାର ଗଣୁଥିବାର ଦେଖା ଯାଉଛନ୍ତି। ଏହି ଭିଡିଓ ସମସ୍ତ ସୋସିଆଲ ମିଡିଆ ୟୁଜରଙ୍କୁ ଭାବୁକ କରି ଦେଉଛି। ଭାଇରାଲ ଭିଡିଓରେ ବୃଦ୍ଧ ଗୋଟିଏ ଜାଗାରେ ବସି ତାଙ୍କ ରୋଜଗାର ଟଙ୍କା ଗଣୁଥିବାର ନଜର ଆସୁଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ‘ଜୋ ପାସ୍‌ ତେରେ ଓ୍ଵହିଁ ତେରା…’ ଗୀତ ବାଜୁଛି, ଯାହାକି ହୃଦୟକୁ ଏକଦମ୍‌ ଛୁଇଁଯାଉଛି।

ଭିଡିଓରେ ଦେଖାଯାଇ ପାରିବ ଯେ ଏକ ଝୁମ୍ପୁଡ଼ି ଢାବାରେ ବସି ଜଣେ ବୃଦ୍ଧ ପ୍ରଥମେ ନୋଟ୍‌ ଗଣୁଛନ୍ତି ଏବଂ ଏହାପରେ ପକେଟ୍‌ରୁ ସମସ୍ତ ପଇସା ବାହାର କରି ଗଣିବାକୁ ଲାଗୁଛନ୍ତି। କ୍ଲିପ୍‌ର ଶେଷ ସେକେଣ୍ଡରେ ବୃଦ୍ଧ ସବୁ ପଇସା ଗଣିବା ପରେ ତାଙ୍କୁ ଆଭାସ ହେଉଛି ଯେ ପଇସା ଟିକିଏ କମ୍‌ ରହିଛି। ଏହି ସମୟରେ ତାଙ୍କ ଚେହେରାର ଭାବ ଆପଣଙ୍କୁ ଇମୋସନାଲ କରିଦେବ। ଯଦିଓ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ ଭିଡିଓଟି କେବେକାର ଏବଂ କେଉଁଠି ରେକର୍ଡ କରାଯାଇଛି।

ଏହି ଭିଡିଓକୁ ଟ୍ଵିଟର ପେଜ୍‌ ‘@Gulzar_sahab’ରୁ ୨୦ ସେପ୍ଟେମ୍ବରରେ ସେୟାର କରାଯାଇଥିଲା, ଯାହାକୁ ଖବର ଲେଖା ହେବା ସୁଦ୍ଧା ୪ ଲକ୍ଷ ୫୦ ହଜାରରୁ ଅଧିକ ଭ୍ୟୁଜ୍‌ ଏବଂ ୩୧ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଥିଲା। ଶହ ଶହ ୟୁଜର ଏହା ଉପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। କିଛି ଜଣ ଲେଖିଛନ୍ତି, ଏହି ଦୃଶ୍ୟ ସେମାନଙ୍କ ହୃଦୟକୁ ଛୁଇଁ ଯାଇଛି। ଆଉ କିଛି ଜଣ ଲେଖିଛନ୍ତି, ‘ଭଗବାନଙ୍କୁ ପ୍ରାର୍ଥନା ଯେ ଏହି ବାବାଙ୍କ ଅଣ୍ଟି ସବୁବେଳେ ଭରିକି ରଖନ୍ତୁ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ପରିଶ୍ରମର ଆୟ’। କହିବାକୁ ଗଲେ, ଭିଡିଓଟି ସମସ୍ତଙ୍କୁ ଇମୋସନାଲ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.