ଯୁଦ୍ଧକୁ ପୂରିଲା ୭ ମାସ: ତେଜିଲା ୟୁକ୍ରେନ୍‌ ସେନାର ପୁନର୍ଦଖଲ ପ୍ରକ୍ରିୟା , ୫ ରାଷ୍ଟ୍ରର ସହଯୋଗ ପାଇଁ ରୁଷ୍‌ର ମୁକାବିଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଚାଲିଛି ୭ ମାସ । ରୁଷ ଆକ୍ରମଣରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏସବୁ ଭିତରେ ରୁଷ ଦଖଲ କରିଥିବା କେତେକ ପ୍ରମୁଖ ଅଞ୍ଚଳକୁ ୟୁକ୍ରେନ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବାରେ ସଫଳ ହୋଇଛି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଉତ୍ତରପୂର୍ବ ୟୁକ୍ରେନ ଖାରକିଭର ଏକ ଅଞ୍ଚଳକୁ ୟୁକ୍ରେନ ସେନେ ରୁଷ କବଳରୁ ପୁନର୍ଦଖଲ କରିଛି । ଡୋଲେସ୍କ ଅଞ୍ଚଳରେ ଥିବା ଘାଟି ଇଜିଅମ୍‌ ଓ କୁପ୍ୟାନସ୍କ ରେଳ ଜଙ୍କସନକୁ ଏବେ ୟୁକ୍ରେନ ନିୟନ୍ତ୍ରଣକୁ ଚାଲି ଆସିଛି । ଇଜିଅମ୍‌ରେ ଦେଖିବାକୁ ମିଳିିଛି ନରସିଂହରର ଖବର । ଏଠାରୁ ୪୪୦ଟି ମୃତଦେହକୁ ଗଣ କବର ଦିଆଯାଇଛି । ଖାରକିଭକୁ ପୁନର୍ଦଖଲ କରିବା ସହ ଦକ୍ଷିଣ ଖେରସନର ପ୍ରାୟ ୫୦୦ ସ୍କୋୟାର କିଲୋମିଟର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ଆସିଛି । ଏବେ ବି ରୁଷ ଦଖଳରେ ୟୁକ୍ରେନର ୬ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳ ରହିଛି । ୧୧୩ ଦଶମିକ ୫ ମିଲିୟନ ଡଲାରର କ୍ଷୟକ୍ଷତି ହୋଇଛି ।

ଏସବୁ ଭିତରେ କିଭରେ ପହଞ୍ଚିଛନ୍ତି ୟୁରୋପିୟନ ୟୁନିୟନର ସଭାପତି ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର୍‌ । ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଶକ୍ତି ସୁରକ୍ଷା ଉପରେ ୟୁକ୍ରେନ ଫୋକସ କରିଛି । ଏପଟେ ୫ ରାଷ୍ଟ୍ରର ସହଯୋଗ ପାଇଁ ରୁଷ ସହ କଡା ମୁକାବିଲା କରୁଛି ୟୁକ୍ରେନ୍‌ । ଏପଟେ ଆଉ ୪ ହଜାର ୮୦୦ କୋଟିର ସାମରିକ ସହାୟତା ଘୋଷଣା କରିଛି ଆମେରିକା । ଏ ନେଇ ଆମେରିକା ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍‌ ସୂଚନା ଦେଇଛନ୍ତି । ବାସ୍ତବରେ ଯୁଦ୍ଧର ସ୍ଥିତି ବର୍ତ୍ତମାନ କ’ଣ ତାହା ଏତେ ଶୀଘ୍ର କହିହେବନି। କାରଣ ରୁଷ୍‌ ୟୁକ୍ରେନ୍‌ରେ ବିପୁଳ ପରିମାଣରେ ସେନା ମୁତୟନ ଜାରି ରଖିଛି ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରି ରଖିଛି।

ତେବେ ରୁଷ୍‌କୁ ମୁକାବିଲା କରିବାପାଇଁ ୟୁକ୍ରେନ୍‌କୁ ପଶ୍ଚିମ ରାଷ୍ଟ୍ରର ଅସ୍ତ୍ର ସହାୟତା ବେଶ୍‌ ସହାୟକ ହେଉଛି। ଫେବ୍ରୁଆରିରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ୍‌କୁ ୮୫ ବିଲିଅନ ଡଲାର୍‌ର ସାମରିକ , ମାନବୀୟ ଏବଂ ଆର୍ଥିକ ସହଯୋଗ ମିଳିଛି। ଅର୍ଦ୍ଧାଧିକ ସହଯୋଗ ଆମେରିକା କରିଛି। ଆଇଏମଏଫ୍‌ ଏବଂ ବିଶ୍ବବ୍ୟାଙ୍କ୍‌ ମଧ୍ୟ ୟୁକ୍ରେନ୍‌କୁ ୬.୫ ବିଲିଅନ ଡଲାରରୁ ଅଧିକ ଆର୍ଥିକ ସହାୟତା ଦେଇଛନ୍ତି। ୟୁକ୍ରେନ୍‌କୁ ସହଯୋଗ କରିଥିବା ଶୀର୍ଷ ୫ଟି ରାଷ୍ଟ୍ର ହେଉଛନ୍ତି ଆମେରିକା, ଇୟୁ (ୟୁରୋପୀୟ ରାଷ୍ଟ୍ରସଂଘ), ବ୍ରିଟେନ୍‌ , ଜର୍ମାନୀ ଏବଂ କାନାଡ଼ା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.