ସ୍କୁଲରେ ନ ଥିଲେ କେହି ବିଜ୍ଞାନ ଶିକ୍ଷକ ତ ସ୍ତ୍ରୀଙ୍କ ଦ୍ୱାରା ଛାତ୍ରୀଙ୍କୁ ପଢ଼ାଇଲେ ପାଠ, ଏହି IASଙ୍କୁ PMOରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଉତ୍ତରାଖଣ୍ଡର IAS ଅଫିସର ମଙ୍ଗେସ ଘିଲଡିୟାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO)ରେ ବଡ ଦାୟିତ୍ୱ ଦିଆଯାଇଛି। ତାଙ୍କୁ କ୍ୟାବିନେଟ ନିଯୁକ୍ତି କମିଟି ପିଏମଓରେ ଅଣ୍ଡର ସେକ୍ରେଟାରୀ ପଦରେ ନିଯୁକ୍ତ କରିଛି। ତେବେ ମଙ୍ଗେସ ଘିଲଡିୟାଲ ନିଜ କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

k

ମଙ୍ଗେସ ଘିଲଡିୟାଲ ଯେତେବେଳେ ରୁଦ୍ରପ୍ରୟାଗରେ ଡିଏମ ଥିଲେ, ସେତେବେଳେ ସେ ସେଠାକାର ରାଜକୀୟ ଗାର୍ଲସ ଇଣ୍ଟର କଲେଜକୁ ଥରେ ଚେକିଂରେ ଯାଇଥିଲେ। ସେଠାରେ ତାଙ୍କୁ ଜଣାପଡିଲା କି, ସ୍କୁଲରେ ବିଜ୍ଞାନ ଶିକ୍ଷକ କେହି ନାହାନ୍ତି। ସ୍କୁଲ ନିରୀକ୍ଷଣ ପରେ ଯେତେବେଳେ ମଙ୍ଗେସ ନିଜ ଘରେ ପହଁଚିଲେ, ସେତେବେଳେ ସ୍ତ୍ରୀ ଉଷାଙ୍କୁ ସବୁ କଥା କହିଥିଲେ। ଏହାସହିତ ତାଙ୍କୁ କହିଥିଲେ କି, ଯେ ପର୍ଯ୍ୟନ୍ତ ସ୍କୁଲକୁ କୌଣସି ସାଇନ୍ସ ଟିଚର ନ ଆସିଛନ୍ତି, ସେ ପର୍ଯ୍ୟନ୍ତ ସେ ଛାତ୍ରୀମାନଙ୍କ ପାଖକୁ ଯାଇ ବିଜ୍ଞାନ ପଢ଼ାଇବେ।

ggv

bm

ମଙ୍ଗେସ ଘିଲଡିୟାଲଙ୍କ ସ୍ତ୍ରୀ ତାଙ୍କ କଥା ମାନିଥିଲେ ଏବଂ ସ୍କୁଲରେ ପଢେଇବା ଆରମ୍ଭ କରିଥିଲେ। ଏହା ବଦଳରେ ସେ କୌଣସି ପଇସା ନେଉ ନ ଥିଲେ। ମଙ୍ଗେସ ଘିଲଡିୟାଲ ଅଚାନକ ବେଶ ବଦଳାଇ ନିରୀକ୍ଷଣ କରିବାରେ ମଧ୍ୟ ବହୁତ ଜଣାଶୁଣା। ଲୋକଙ୍କୁ ତାଙ୍କ କାମ କରିବାର ଷ୍ଟାଇଲ ବହୁତ ପସନ୍ଦ ଆସିଥାଏ। ସେ ଟିହରିର ଡିଏମ ମଧ୍ୟ ରହିସାରିଛନ୍ତି। ଏହାସହିତ କେଦାରନାଥର ପୁନଃନିର୍ମାଣ ପରିଯୋଜନାର ପ୍ରମୁଖ ଦାୟିତ୍ୱ ବି ସମ୍ଭାଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.