ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼: ଆସନ୍ତାକାଲିଠୁ ଚୁଡା-ମୁଢ଼ି-ଖଇ ଉପରେ ଲାଗିବ GST

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼। ଚୁଡା-ମୁଢ଼ି-ଖଇ ଉପରେ ଲାଗିବ GST। କାଲିଠୁ ସରକାର ସଂଗ୍ରହ କରିବେ ୫ ପ୍ରତିଶତ ଟିକସ। ଦହି, ଲସିଠୁ ଆରମ୍ଭ କରି ହସ୍‌ପିଟାଲରେ ଚିକିତ୍ସା ପାଇଁ ଏବେ ଲୋକ ବହନ କରିବେ ଅଧିକ ଖର୍ଚ୍ଚ। ଆବଶ୍ୟକୀୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର GST ହାର ବୃଦ୍ଧି କରିଛନ୍ତି। ଏହାବ୍ୟତୀତ କିଛି ଦ୍ରବ୍ୟକୁ ନୂଆକରି GST ଅନ୍ତର୍ଭୁକ୍ତ କରାଯାଇଛି।

ବ୍ଲେଡ, ପେପର,କଇଁଚି, ପେନସିଲ୍‌ କଟର ଓ କେକ ସର୍ଭିସ୍‌ ଆଦି ଦ୍ରବ୍ୟ ଉପରେ ସରକାର GST ବୃଦ୍ଧି କରିଛନ୍ତି । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ GST ଆଦାୟ କରାଯିବ। ସେହିପରି ଚେକ୍‌ ବୁକ୍‌ ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ଶୁଳ୍କ ଉପରେ ମଧ୍ୟ ୧୮ ପ୍ରତିସତ GST ଲଗାଯାଇଛି। ୧ହଜାର ଟଙ୍କାରୁ କମ୍‌ ଭଡାର ହୋଟେଲ ରୁମ୍‌ ଉପରେ ମଧ୍ୟ ୧୨ ପ୍ରତିଶତ GST ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ GST ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.