ମନ୍ଦିରରୁ ଚୋରି ତ କଲା ହେଲେ ନିଜେ ଯାଇ ପାରିଲାନି, କାନ୍ଥରେ ଫଶିରହିଲା

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜାମି ଏଲାମା ମନ୍ଦିରରୁ ଚୋରି । ୯ଗ୍ରାମ ରୂପା ନେଇ ପଳାଉଥିବା ବେଳେ କାନ୍ଥ ମଧ୍ୟରେ ଫଶିଗଲା ଚୋର । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ଶ୍ରୀକାକୁଲମ ଜିଲ୍ଲାର କାଞ୍ଚିଲି ପୋଲିସ ।

ଖବର ଅନୁସାରେ ବ୍ୟକ୍ତିର ନାମ ପାପା ରାଓ । ଚୋରି କରିବା ପାଇଁ ଏହି ବ୍ୟକ୍ତି ମନ୍ଦିର ପରିସରରେ ଥିବା କାନ୍ଥ ମଧ୍ୟରେ ଏକ ଗର୍ତ୍ତ ତିଆରି କରିଥିଲା । ଆଉ ସେହି ବାଟ ଦେଇ ମନ୍ଦିର ଭିତରକୁ ପଶିଥିଲା ବୋଲି କୁହାଯାଇଛି । ଚୋରି କରିବା ପରେ ସେଇ ବାଟଦେଇ ଫେରୁଥିବା ବେଳେ ଫଶିଯାଇଥିଲା ବ୍ୟକ୍ତିଜଣକ । ଏହାପରେ ତାକୁ କାବୁ କରାଯାଇଥିଲା ବୋଲି କହିଛନ୍ତି କାଞ୍ଚିଲି ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ଚିରଞ୍ଜୀବୀ । ତେବେ ତାକୁ ରେଡ ହ୍ୟାଣ୍ଡ ଧରାଯାଇଛି ବୋଲି ସେ କହିଛନ୍ତି ।

ମନ୍ଦିର ମାଲିକ ୟୋଲାମା କହିଛନ୍ତି ଯେ ଚୋର ଦେବୀଙ୍କ ନାକ ରିଙ୍ଗ ଓ ଅନ୍ୟ ରୂପା ଅଳଙ୍କାର ଗର୍ତ୍ତ ମଧ୍ୟକୁ ଫିଙ୍ଗିଥିବାର ଦେଖିବାକୁ ମିଳିଛି । କିନ୍ତୁ ନିଜେ ସେ ଭିତରକୁ ଆସିଥିଲେ ମଧ୍ୟ ବାହାରକୁ ଯାଇପାରିନଥିଲା ବୋଲି କହିଛନ୍ତି ୟୋଲାମା । ସେ କହିଛନ୍ତି କି ଏପ୍ରକାରର ଘଟଣା ପୂର୍ବରୁ କେବେ ହୋଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.