ଭାରତରେ କୋଭିଡ ସ୍ଥିତିର ମଜା କରିବା ଚୀନକୁ ପଡ଼ିଲା ଭାରି, ଖୋଦ ଚୀନ ନାଗରିକଙ୍କ ପ୍ରତିବାଦ ପରେ ଇଣ୍ଟରନେଟରୁ ହଟାଗଲା ପୋଷ୍ଟ

ଚୀନ କମ୍ୟୁନିଷ୍ଟ ପାର୍ଟି(ସିସିପି) ତରଫରୁ ଇଣ୍ଟରନେଟ ମିଡିଆରେ ଜାରି ଏକ ପୋଷ୍ଟରେ ଭାରତର କୋଭିଡ ସଙ୍କଟର ମଜା ବନାଯାଇଛି। କିନ୍ତୁ ଭାରତର ଖରାପ ଛବି ଦେଖେଇବାର ଚୀନର ଏହି କୁପ୍ରୟାସ ଓଲଟା ନିଜର ଛବି ଉପରେ ଭାରି ପଡିଯାଇଛି। ଏକ ରିପୋର୍ଟ ଅନୁସାରେ, ଇଣ୍ଟରନେଟରେ ଯେଉଁ ଆକାଉଣ୍ଟରୁ ଏଭଳି କାରନାମା କରାଯାଇଛି, ତାହା ଚୀନର ଶାସକ ଦଳର ଏକ ଶକ୍ତିଶାଳୀ ଗୋଷ୍ଠୀ ‘ସେଣ୍ଟ୍ରାଲ କମିଶନ ଫର ପଲିଟିକାଲ ଆଣ୍ଡ ଲିଗାଲ ଆଫେୟାର୍ସ’ର।

ଚୀନର ଇଣ୍ଟରନେଟ ପ୍ଲାଟଫର୍ମ ‘ୱେବୋ’ରେ ଚୀନ ଲଙ୍ଗ ମାର୍ଚ୍ଚ-୫ବି କ୍ୟାରିୟର ରକେଟକୁ ବିସ୍ଫୋରଣ କରିବାର ଏକ ଫଟୋ ସହିତ ଭାରତରେ ରାତି ସମୟରେ ଜଳନ୍ତା ଚିତାର ଫଟୋ ଲଗାଇଥିଲା। ଏହି ଫଟୋ ତଳେ କ୍ୟାପସନ ଲେଖାଯାଇଥିଲା କି, ଚୀନର ନିଆଁ ଲଗାଇବା ବନାମ ଭାରତର ନିଆଁ ଲଗାଇବା। ଏଥି ସହିତ ହ୍ୟାଶଟ୍ୟାଗ ଲଗାଯାଇଥିଲା କି, ଭାରତ ଗୋଟିଏ ଦିନରେ କୋଭିଡ ମାମଲା ୪ ଲକ୍ଷ ପାର ହୋଇଯିବାର ଘୋଷଣା କରିଛି। ଏହି ଫଟୋକୁ ଚୀନର ଅନ୍ୟ ସରକାରୀ ଆକାଉଣ୍ଟରୁ ବି ସେୟାର କରାଯାଇଛି।

ଚୀନ ୟୁଜରଙ୍କର ତୀବ୍ର ପ୍ରତିବାଦ

ଚୀନ ସରକାରଙ୍କର ଏଭଳି ଲଜ୍ଜାଜନକ ପୋଷ୍ଟ ଦେଖି ଖୋଦ ଚୀନ ମିଡିଆର ୟୁଜରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ୟୁଜର ଲେଖିଥିଲେ, ଏହାକୁ ମଞ୍ଜୁରୀ କେମିତି ମିଳିଲା? ଏହା ସମ୍ପୂର୍ଣ୍ଣ ମାନବ ଜୀବନର ଅପମାନ। ସେହିପରି ଏହି ପୋଷ୍ଟକୁ ସରକାରୀ ସମାଚାର ପତ୍ର ଗ୍ଲୋବାଲ ଟାଇମ୍ସର ପ୍ରଧାନ ସମ୍ପାଦକ ହ୍ୟୁ ଜିୟାନ ବି ବହୁତ ଖରାପ ପୋଷ୍ଟ ବୋଲି କହିଛନ୍ତି।

ବିରୋଧ ପରେ ହଟାଗଲା ପୋଷ୍ଟ

ୱେବୋରେ ଚୀନ ନାଗରିକଙ୍କ ପ୍ରତିବାଦ ଏବଂ ବିରୋଧ ପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଛି। ସୂଚନାଥାଉ କି, ଏହା ସେବେ ହୋଇଥିଲା, ଯେବେ ଚୀନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାର୍ତ୍ତା ଦେଇ କୋଭିଡ ସ୍ଥିତିରୁ ମୁକୁଳିବାରେ ସହାୟତା ଲାଗି ଘୋଷଣା କରିଥିଲେ। ରାଷ୍ଟ୍ରପତି କହିଥିଲେ, ବିଶ୍ୱ ମହାମାରୀ ବିରୋଧରେ ସହଯୋଗ କରିବାରେ ଚୀନ ଭାରତ ସହିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.