TMC ସାଂସଦଙ୍କୁ କଡା ଜବାବ: ରେଳ ମନ୍ତ୍ରୀ କହିଲେ ଭାରତ ମାଟିରେ ହିଁ ଗଡ଼ିବ ବୁଲେଟ ଟ୍ରେନ

ସବୁବେଳେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାଆନ୍ତି ନୁସରତ୍। ତେବେ ବର୍ତ୍ତମାନ ଆଉ ଏକ ବିବାଦୀୟ କଥା କହିଛନ୍ତି ସେ। ସେ ସାଂସଦରେ ଦାବି କରିଛନ୍ତି ଯେ ଏହି ଭାରତରେ ବୁଲେଟ ଟ୍ରେନ ହୋଇପାରିବ ନାହିଁ।କାରଣ ଏହି ପ୍ରକଳ୍ପ ପାଇଁ ଭାରତୀୟ ମାଟି ଠିକ୍ ନୁହେଁ । ଜାପାନର ମାଟି ପରି ଭାରତୀୟ ମାଟି ସମାନ ନୁହେଁ। ଭାରତରେ ବୁଲେଟ୍ ଟ୍ରେନ୍ ର ସ୍ୱପ୍ନର ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ତୃଣ ମୂଳ କଂଗ୍ରେସ ଏପରି ଯୁକ୍ତି ରଖିଥିଲେ।

ଦେଶର ମୃତ୍ତିକାର ଗଠନ ବିଷୟରେ ଉଲ୍ଲେଖ କରି ଯୁବ ସାଂସଦ ଦାବି କରିଛନ୍ତି ଯେ ଏହି ପ୍ରକଳ୍ପ ଦେଶରେ ସମ୍ଭବ ନୁହେଁ କାରଣ ଭାରତୀୟ ମାଟି ଜାପାନର ସମାନ ମାଟି ପରି ନୁହେଁ। କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ସମାଲୋଚନା କରୁଥିବା ଜାହାନ ତାଙ୍କ ସଂସଦୀୟ ଭାଷଣର ଏକ ଫୁଟେଜ ସେୟାର କରିଛନ୍ତି ଯେଉଁଠାରେ ସେ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ। ସେ ନିଜ ଟ୍ୱିଟରେ ଲେଖିଛନ୍ତି, “ଭାରତରେ ଜାପାନ ପରି ବୁଲେଟ୍ ଟ୍ରେନ୍ ଚଲାଇବା ଏକ ସ୍ୱପ୍ନ । ଭାରତୀୟ ମାଟି ଗ୍ରାଉଣ୍ଡରେ ଏଭଳି ରେଳ ଟ୍ରାକ୍ ସ୍ଥାପନ କରିବାକୁ ସକ୍ଷମ ନୁହେଁ। ଏହା ହେଉଛି ଏକ ବୈଜ୍ଞାନିକ ତଥ୍ୟ।

ତାଙ୍କ କଥାକୁ କାଉଣ୍ଟର ଆଟାକ୍ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ତାଙ୍କ ମନ୍ତବ୍ୟ ପାଇଁ ଜାହାନଙ୍କୁ ନିନ୍ଦା କରିଛନ୍ତି। ଏକ ପାର୍ଟିର ସଦସ୍ୟ ହୋଇ ଭାରତୀୟ ମାଟିକୁ ଅପମାନିତ କରିବା ଏକ ନିନ୍ଦାଜନକ କଥା। ଏହା ସହିତ ଗଣମାଧ୍ୟମକୁ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଇବାରେ ଆମକୁ ଟେକ୍ନିକାଲ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ। ଗତ ଫେବୃଆରୀ ୧୮ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରକଳ୍ପର ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି ।

ଅନେକ ସ୍ଥାନରେ ରେଳ ପଥ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ସରକାରଙ୍କ ଧ୍ୟାନ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ତେଣୁ ବୁଲେଟ୍ ଟ୍ରେନ ମଧ୍ୟ ଆମର ଏକ ବଡ଼ ସ୍ବପ୍ନ। ଏହାକୁ କରିବାପାଇଁ ହେଲେ ଯେଉଁ ସବୁ କାମ କରିବାପାଇଁ ପଡ଼ିବ ତାହା ଆମେ କରିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.