୭୨ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ, ଆଜି ଐତିହାସିକ ଚିତା ପ୍ରକଳ୍ପ ଲଞ୍ଚ୍‌ କରିବେ ମୋଦି

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ୭୨ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ ମୋଦି। ୨୦ ବର୍ଷରୁ ଅଧିକ ସମୟ ଧରି ନିରବଛିନ୍ନ ଭାବେ କ୍ଷମତାରେ ଅଛନ୍ତି ମୋଦି । ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୨୦୧୪ରୁ ଦେଶର ପ୍ରଧାନମନ୍ତ୍ରୀ। ଆଜି ଜନ୍ମଦିନରେ ମୋଦିଙ୍କୁ ଶୁଭେଛାର ସୁଅ ଛୁଟିଛି ।

modi-birthdayଜନ୍ମଦିନରେ ପୂରା ପ୍ୟାକ୍‌ ରହିଛି ମୋଦିଙ୍କ କାର୍ଯ୍ୟକ୍ରମ। ୪ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ସାମିଲ ହେବେ। ବନ୍ୟଜନ୍ତୁ ଓ ପରିବେଶ, ମହିଳା ସଶକ୍ତିକରଣ, ଦକ୍ଷତା ଓ ଯୁବ ବିକାଶ ପରବର୍ତ୍ତୀ ପିଢ଼ି ଭିତ୍ତିଭୂମି ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସବୁଠୁ ଉଲ୍ଲେଖନୀୟ ରହିବ ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲରେ ଚିତାର ପ୍ରବେଶ । ଐତିହାସିକ ଚିତା ପ୍ରକଳ୍ପ ଲଞ୍ଚ୍‌ କରିବେ ମୋଦି । ନାମିବ୍ୟାରୁ ଆସିଥିବା ୮ଟି ଚିତା ଜଙ୍ଗଲରେ ଛଡ଼ାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.