ଆଜି ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀ: ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀ । ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଭୁର୍ଚଆଲ ମାଧ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିମନ୍ତ୍ରଣରେ ଯୋଗ ଦେବେ ମୋଦି । କୋଭିଡ ମହାମାରୀ ସମସ୍ୟାର ନିରନ୍ତର ମୁକାବିଲା ଉପରେ ସମ୍ମିଳନୀରେ ଆଲୋଚନା ହେବ ।

ସମଗ୍ର ବିଶ୍ୱ ପାଇଁ ଏକ ଦୃଢ଼ ସ୍ୱାସ୍ଥ୍ୟ ସୁରକ୍ଷା ଢାଞ୍ଚା ପ୍ରସ୍ତୁତି ନେଇ ବିଚାର ବିମର୍ଶ କରାଯିବ । ସମ୍ମିଳନୀର ଉଦଘାଟନୀ ଅଧିବେଶରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିବେ । ଏହାର ବିଷୟବସ୍ତୁ ରହିଛି ‘ମହାମାରୀଜନିତ କ୍ଳାନ୍ତିର ନିରାକରଣ ଏବଂ ପ୍ରସ୍ତୁତିକୁ ପ୍ରାଥମିକତା’ । ମିଳିତ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମେତ ବିଭିନ୍ନ ରାଷ୍ଟ୍ରନେତାମାନେ ସମ୍ମିଳନୀରେ ଭାଗ ନେବେ । ପୂର୍ବରୁ ୨୨ ସେପଟେମ୍ବର, ୨୦୨୧ରେ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ବାଇଡେନ୍‌ଙ୍କ ନିମନ୍ତ୍ରଣରେ ଯୋଗ ଦେଇଥିଲେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.