ଆଜି ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ସହ ଲଢ଼ୁଛନ୍ତି ବିରୋଧୀ ଦଳଙ୍କ ମିଳିତ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ସହ ଲଢ଼ୁଛନ୍ତି ବିରୋଧୀ ଦଳଙ୍କ ମିଳିତ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା। ଏନ୍‌ଡିଏ ପ୍ରାର୍ଥୀ ଧନଖଡ଼ଙ୍କ ବିଜୟ ପ୍ରାୟ ନିଶ୍ଚିତ । ସଂଖ୍ୟା ଦୃଷ୍ଟିରୁ ସହଜ ସ୍ଥିତିରେ ଅଛନ୍ତି ଏନଡିଏ ପ୍ରାର୍ଥୀ। ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ହିଁ ମତଦାନ କରିଥାନ୍ତି।

ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୩୨ ସଦସ୍ୟ ଅଛନ୍ତି। ଅର୍ଥାତ ମୋଟ ସଦସ୍ୟ ସଂଖ୍ୟା ୭୭୫। ବିଜୟ ପାଇଁ ଆବଶ୍ୟକ ୩୩୮ ଜଣଙ୍କ ସମର୍ଥନ। ବିଜେପି ପାଖରେ ଲୋକସଭାରେ ୩୦୩ ଓ ରାଜ୍ୟସଭାରେ ୯୨ ଜଣଙ୍କ ସମର୍ଥନ ରହିଛି। ଅର୍ଥାତ ଏନ୍‌ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ୩୯୫ ସମର୍ଥନ ରହିଛି। ଯାହା ବିଜୟ ପାଇଁ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ । ଅନ୍ୟପଟେ ଭୋଟ ଦାନରୁ ବିରତ ରହିବ ମାମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ତେଣୁ ଧନଖଡ଼ଙ୍କ ବିଜୟ ଆହୁରି ସହଜ ହୋଇଯିବ।

Leave A Reply

Your email address will not be published.