ସରକାରଙ୍କ ନିର୍ଦ୍ଦେଶରେ ୬ ମାସ ଭିତରେ ୧୧୨୨ ଲିଙ୍କ ବ୍ଲକ କରିଛି ଟ୍ୱିଟର

ମାଇକ୍ରୋବ୍ଲଗିଂଗ ସାଇଟ Twitter ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ଆଇଟି ମନ୍ତ୍ରାଳୟର ନିର୍ଦ୍ଦେଶରେ ୧୧୨୨ ୟୁଆରଏଲ କୁ ବ୍ଲକ କରିଦେଇଛନ୍ତି । ଏବାବଦରେ ସୂଚନା ବୁଧବାର ରାଜ୍ୟମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ଆଇଟି ପାଇଁ ରାଜୀବ ଚନ୍ଦ୍ରସେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଭାବେ ଦେଇଛନ୍ତି । ଏହି କାର୍ଯ୍ୟବାଇ ସୋସିଆଲ ମିଡ଼ିଆ ସାଇଟକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଇଟି ଅଧିନିୟମ, 2000ର ଧାରା 69A ଆଧାରରେ ଦାୟର କରାଯାଇଛି । କହିରଖିବା ଉଚିତ ହେବକି ୨୦୧୮ ରେ ବ୍ଲକ ହୋଇଥିବା ଯୁଆରଏଲ ସଂଖ୍ୟା ୨୨୫, ୨୦୧୯ ରେ ୧୦୪୧ ଓ ୨୦୨୧ ରେ ୨୮୫୧ ଥିଲା ।

ସୂଚନା ଦେଇ ରଖୁଛୁକି 2000ର ଧାରା 69A , ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟକୁ ଭାରତର ଅଖଣ୍ଡତା, ଭାରତକୁ ରକ୍ଷା କରିବା, ରାଜ୍ୟ ମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ହିଁ ବ୍ୟବହାର କରାଯାଇଥାଏ । କହିରଖିବା ଉଚିତ ହେବକି ନିକଟରେ ଟ୍ୱିଟର ୟୁଜର୍ସଙ୍କ ଡାଟା ଲିକ ହେବା ନେଇ ଖବର ପ୍ରକାଶ ପାଇଥିଲା । ଟ୍ୱିଟରର ପାଖାପାଖି ୫.୪ମିଲିୟନ କିମ୍ବା ୫୪
ଲକ୍ଷ ୟୁଜର୍ସଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ଉପଲବ୍ଧ କରାଯାଇଥିଲା । ଚଳିତ ବର୍ଷ ବି ୟୁଜର୍ସଙ୍କ ଡାଟା ହ୍ୟାକିଂ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.