ରାକ୍ଷୀ ପୂର୍ଣ୍ଣିମାରେ ସହି ପାରିଲେନି ଭାଇର ଗାଳି…ବିଷ ପିଇ ଜୀବନ ହାରିଦେଲେ ଦୁଇ ଭଉଣୀ!

ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ କିଶୋରୀ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ବରେଲୀ ଜିଲ୍ଲାର ନଓ୍ଵାବଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ରାକ୍ଷୀ ପୂର୍ଣ୍ଣିମାରେ ଭାଇର ଗାଳିକୁ ସହି ନ ପାରି ଦୁଇ ଭଉଣୀ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏମାନେ ୨ ଜଣ ସମ୍ପର୍କୀୟ ଭଉଣୀ ହେବେ ବୋଲି ଜଣାପଡ଼ିଛି। ଜଣଙ୍କ ବୟସ ୧୫ ଥିବାବେଳେ ଆଉ ଜଣଙ୍କ ବୟସ ୧୬ ବୋଲି ପୋଲିସ କହିଛି।

ପୋଲିସର କହିବା ହେଲା, ଜଣେ କିଶୋରୀ ହିମାଚଳ ପ୍ରଦେଶରେ ଚାକିରି କରୁଥିବା ନିଜ ବାପାଙ୍କ ପାଖକୁ ଯାଇଥିଲେ ଏବଂ ରାକ୍ଷୀ ପୂର୍ଣ୍ଣିମାରେ ଗାଁକୁ ଫେରିଥିଲେ। ଏହି ଦିନ ରାତିରେ ସେ ସମ୍ପର୍କୀୟ ଭଉଣୀ ଘରେ ରହିଥିଲେ।

ପୋଲିସ କହିଛି ଯେ ଏଠି ଜଣେ ସମ୍ପର୍କୀୟ ଭାଇ କିଶୋରୀଙ୍କୁ କୌଣସି କାରଣକୁ ନେଇ ଗାଳିମନ୍ଦ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ସେ ଏବଂ ତାଙ୍କର ସମ୍ପର୍କୀୟ ଭଉଣୀ ପଡ଼ୋଶୀ ଗାଁର ଏକ ଦୋକାନରୁ ବିଷ କିଣିଥିଲେ ଏବଂ ଘରେ ପହଞ୍ଚି ତାହାକୁ ଖାଇ ଦେଇଥିଲେ। ବିଷ ଖାଇବା ପରେ ଦୁଇ ଜଣ ଏ ନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।

ଅବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଯିବା ବାଟରେ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ଚିକିତ୍ସା ସମୟରେ ଆଖି ବୁଜିଥିଲେ। ପୋଲିସର କହିବା ମୁତାବକ, ନାଏବ ତହସିଲଦାର ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଶୋରୀଙ୍କ ବୟାନ ରେକର୍ଡ କରିଥିଲେ। ଏହି ସମୟରେ ସେ ବିଷ ପିଇଥିବା କଥା ସ୍ୱୀକାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.