ପଡ଼ୋଶୀ ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ: ପାକିସ୍ତାନରେ ପଢ଼ିଲେ ମିଳିବନି ଚାକିରି, ଜାଣନ୍ତୁ କ’ଣ ରହିଛି ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚେତାବନୀ । ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଓ AICTE ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏଡି ଚେତାବନୀ ଦେଇଛନ୍ତି । ସମସ୍ତଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି UGC । ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯଦି ପାକିସ୍ତାନର କୌଣସି କଲେଜରେ ଡିଗ୍ରୀ ହାସଲ କରିଥାନ୍ତି କିମ୍ବା ସେଠାକାର କୌଣସି ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି ତାହେଲେ ସେଥିରୁ ନିବୃତ୍ତ ରୁହନ୍ତୁ ।

ଯଦି ପାକିସ୍ତାନରେ ହାସଲ କରିଥିବା ଏଭଳି ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତରେ କୌଣସି ଚାକିରି ପାଇଁ ଆବେଦନ କରିବେ ବା ଉଚ୍ଚଶିକ୍ଷା କରିବାକୁ ଆବେଦନ କରିବେ ତେବେ ତାଙ୍କୁ ଅନୁମତି ମିଳିବ ନାହିଁ । ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ୱାରା ନାଗରିକତ୍ୱ ପ୍ରାପ୍ତ ପ୍ରବାସୀ ତଥା ସେମାନଙ୍କ ପିଲାମାନେ MHAରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ । ଏନେଇ ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ । କୋଭିଡ -୧୯ ମହାମାରୀ ପରେ ଚୀନ୍‌ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡ଼ଭାଇଜାରୀ ଆସିଥିଲା ।

pakisthan

ତେବେ ପାକିସ୍ତାନରୁ ଯେଉଁମାନେ ଭାରତ ଆସିଛନ୍ତି ସେମାନଙ୍କୁ ଏହି ନିର୍ଦ୍ଦେଶନାମାରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ଆଡ଼ଭାଇଜାରୀ ଜାରି କରି କୁହାଯାଇଛି ଯେ ଯେଉଁ ପ୍ରବାସୀମାନେ ତଥା ସେମାନଙ୍କ ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରି ହାସଲ କରିଛନ୍ତି ଏବଂ ସେମାନଙ୍କୁ ଭାରତ ସରକାର ନାଗରିକତ୍ୱ ପ୍ରଦାନ କରିଛନ୍ତି, ସେମାନେ ଗୃହ ମନ୍ତ୍ରାଳୟର ସୁରକ୍ଷା ମଞ୍ଜୁରୀ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.