ଯୁଦ୍ଧ ମଧ୍ୟରେ ସ୍ତ୍ରୀଙ୍କ ସହ ଫଟୋସୁଟ୍‌ କଲେ ରାଷ୍ଟ୍ରପତି ଜେଲେନ୍‌ସ୍କି, ଟ୍ରୋଲ୍‌ କରୁଛନ୍ତି ଲୋକେ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ଭିତରେ ରାଷ୍ଟ୍ରପତି ଜେଲେନ୍‌ସ୍କି ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ। ଖରାପ ସ୍ଥିତିରେ ସେ ଦେଶର ସାଥ୍‌ ଛାଡ଼ିନଥିଲେ। ଏଣୁ ମିଡିଆ ତାଙ୍କୁ ହିରୋ ବନାଇ ଦେଇଥିଲା। କିନ୍ତୁ ଏବେ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କର ଏକ ଭୁଲ, ତାଙ୍କର ସବୁ ଇମେଜ୍‌କୁ ଖରାପ କରି ଦେଇଛି। ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କି ଏକ ମାଗାଜିନ୍‌ ପାଇଁ ପୋଜ୍‌ ଦେଇଛନ୍ତି। କିନ୍ତୁ ତାଙ୍କର ଏହି କାରନାମା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ଏହି ଫଟୋରେ ଉଭୟେ ନିଜ ବିବାହର କାହାଣୀ, ଯୁଦ୍ଧ ବେଳର ଜୀବନ ଓ ୟୁକ୍ରେନ୍‌ର ଭବିଷ୍ୟତକୁ ମାଗାଜିନ୍‌ ଜରିଆରେ ସେୟାର କରିଛନ୍ତି। ଅନ୍ତର୍ଜାତୀୟ ମାଗାଜିନ୍‌ ଭୋଗ୍‌ (Vogue Magazine)ରେ ଛପିଥିବା ଏହି ଫଟୋରେ ୟୁକ୍ରେନ୍‌ର ପ୍ରଥମ ମହିଳା ଓଲେନା ଜେଲେନ୍‌ସ୍କିଙ୍କୁ ସାହାସୀ ବୋଲି କହିଛନ୍ତି।

 

View this post on Instagram

 

A post shared by Vogue (@voguemagazine)

ୟୁକ୍ରେନ୍‌ର ପ୍ରଥମ ମହିଳାଙ୍କୁ ପ୍ରଶଂସା କରି ଭୋଗ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛି, ସେ ଯୁଦ୍ଧରୁ ଲୁଚି ପଳାଇବାକୁ ଚାହୁଁ ନଥିଲେ। ଏହି ଯୁଦ୍ଧରେ ସେ ଅନ୍ୟ ୟୁକ୍ରେନ୍‌ବାସୀଙ୍କ ସହ ଧୈର୍ଯ୍ୟର ସହ ଆଗକୁ ବଢ଼ିଛନ୍ତି। ଜେଲେନ୍‌ସ୍କି ଭୋଗ୍‌ ମାଗାଜିନ୍‌ଙ୍କୁ କହିଛନ୍ତି, ମୁଁ ମୋର ସର୍ବଶ୍ରେଷ୍ଠ କରିବାକୁ ଚେଷ୍ଟା କରୁଛି।

ତେବେ ଏହି ଫଟୋସୁଟ୍‌ ପରେ ଲୋକଙ୍କ ଠାରୁ ମିଶାମିଶି ପ୍ରତିକ୍ରିୟା ମିଳୁଥିବା ଦେଖାଯାଇଛି। କିଛି ୟୁଜର ଉଭୟଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଛିଙ୍କୁ ଏହି ଫଟୋ ପସନ୍ଦ ଆସି ନାହିଁ। କାରଣ ଏବେ ୟୁକ୍ରେନ୍‌ ଯୁଦ୍ଧ ସହ ଯୁଝୁଛି। ଜଣେ ୟୁଜର ତାଙ୍କୁ ସାହସୀ ଓ ସୁନ୍ଦର ଯୋଡ଼ି କହିଥିବା ବେଳେ ଆଉ ଜଣେ ଅଦ୍ଭୁତ ଫଟୋ ବୋଲି ଲେଖିଛନ୍ତି। କିନ୍ତୁ ଆଉ ଜଣେ ୟୁଜର କହିଛନ୍ତି, ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଛି ଓ ଏମାନେ ଫଟୋସୁଟ୍‌ କରୁଛନ୍ତି। ଆଦୌ ଭଲ କଥା ନୁହେଁ।

Also Read: ପଢ଼ାଇବା ବଦଳରେ ପିଲାଙ୍କୁ ହାତ ଗୋଡ଼ ମୋଡ଼ାଉଥିଲେ ଦିଦି, ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀ ବିଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.