ଆଫଗାନିସ୍ତାନରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ; ପୁଅ ଝିଅଙ୍କ ମଝିରେ ପଡିଲା ପରଦା

ଆଫଗାନିସ୍ତାନ : ବର୍ତ୍ତମାନ ତାଲିବାନର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆଫଗାନିସ୍ତାନ ତାଲିବାନକୁ ଅକ୍ତିଆର କରିବା ପରଠୁ ସେଠାକାର ପରିସ୍ତିତିର ଫଟୋ ସାମନାକୁ ଆସୁଛି । ଏବେ କଲେଜର ଏକ ଫଟୋ ସୋସିଆଲ ମିଡ୍ଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ ନିୟନ୍ତ୍ରଣ କରିବା ପରେ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବିଦାଳୟରେ ପଢୁଥିବା ପୁଅ ଓ ଝିଅ ମାନଙ୍କ ମଧ୍ୟରେ ଅଲଗା ଅଲଗା ଶ୍ରେଣୀ ଗୃହ ରହିବା ଉଚିତ୍ ଯଦି ଏହା ସମ୍ଭବ ନୁହେଁ ତାହେଲେ ଶ୍ରେଣୀ ଗୃହରେ ପୁଅ ଓ ଝିଅଙ୍କ ମଧ୍ୟ ପରଦା ରହିବ । ତାଲିବାନର ଏହି ଆଦେଶ ଯୋଗୁଁ ଆଫଗାନିସ୍ତାନର ଏକ କଲେଜର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହା ପୂର୍ବରୁ ମହିଳାଙ୍କ ପାଇଁ ତାଲିବାନ ପକ୍ଷରୁ ଏକାଧିକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ବିଭିନ୍ନ ଘରୋଇ ବିଶ୍ୱ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଆଫଗାନୀ ମହିଳାଙ୍କୁ ଆବୟା ରୋବ(ବୁର୍ଖା) କିମ୍ବା ନକାବ ପିନ୍ଧିବାକୁ ପଡିବ ବୋଲି କୁହାଯାଇଥିଲା । ତାଲିବାନର ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଛାତ୍ରୀ ମାନେ କେବଳ ମହିଳା ଶିକ୍ଷୟିତ୍ରୀଙ୍କ ଠାରୁ ଶିକ୍ଷାଗ୍ରହଣ କରି ପାରିବେ । ଯଦି ଏହା ସମ୍ଭବ ନ ହୁଏ ତେବେ ଜଣେ ବୟସ୍କ ଏବଂ ଉତ୍ତମ ଚରିତ୍ରର ପୁରୁଷ ଶିକ୍ଷକଙ୍କ ନିକଟରୁ ମହିଳା ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରି ପାରିବେ । ଏହା ସହିତ ସମସ୍ତ କଲେଜ ଗୁଡିକରେ ପୁରୁଷ ଏବଂ ମହିଳା ବିଦ୍ୟାର୍ଥୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରଖାଯିବ । ଏହା ସହିତ ପୁରୁଷ ମାନେ କଲେଜ ନ ଛାଡିବା ଯାଏଁ ମହିଳାଙ୍କୁ ୱେଟିଂ ରୁମରେ ଅପେକ୍ଷା କରିବାକୁ ପଡିବ ବୋଲି ନିୟକ କରାଯାଇଛି ।

Leave A Reply

Your email address will not be published.