ଭାରତୀୟ ସଂସ୍କୃତିକୁ ମିଳିଲା ସମ୍ମାନ ; ଆମେରିକାର ବାୟୁସେନାରେ ତିଲକ ଲଗାଇ ଡ୍ୟୁଟି କରିପାରିବେ ଯବାନ

ନୂଆଦିଲ୍ଲୀ : ଆମେରିକା ବାୟୁସେନାରେ କାର୍ଯ୍ୟରତ ଜଣେ ଭାରତୀୟ ସେନା ଅଧିକାରୀ ଯିଏକି ପ୍ରତିଦିନ କର୍ମକ୍ଷେତ୍ରକୁ ଯିବା ମାତ୍ରେ ତିଲକ ଲଗାଇ ଯାଇଥାନ୍ତି । ଦେଶର ସୁରକ୍ଷା କରିବା ସହିତ ନିଜ ସଂସ୍କୃତି ପ୍ରତି ଭଲପାଇବା ଓ ସମ୍ମାନ ମଧ୍ୟ ଦେଖିଇଥାନ୍ତି । ଆର୍ମି ପୋଷାକ ପିନ୍ଧିଲା ମାତ୍ରେ ମଥାରେ ଚନ୍ଦନ ଟିକା ଲଗାଇବାକୁ କେବେ ଭୁଲନ୍ତି ନାହିଁ । ଆମେ କହୁଛୁ ଆମେରିକା ବାୟୁ ସେନାରେ କାର୍ଯ୍ୟରତ ଜଣେ ଭାରତୀୟ ସେନା ଅଧିକାରୀ ଦର୍ଶନ ଶାହଙ୍କ କଥା। ଯିଏକି ପ୍ରତିଦିନ କାର୍ଯ୍ୟକ୍ଷେତ୍ରରେ ବାହାରିବା ମାତ୍ରେ ଚନ୍ଦନ ଟିକା ବା ତିଳକ ଲଗାଇ ଯାଇଥାନ୍ତି । ଏହି ସଂସ୍କୃତିକୁ ଆମେରିକା ଅନୁମୋଦନ ଦେବା ପରେ ସେ ବହୁତ ଖୁସି ଅଛନ୍ତି । ବ୍ୟକ୍ତି ଏଥିପାଇଁ ଆମେରିକାର ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି।

ଆମେରିକାର ବାୟୁସେନାରେ ପୋଷ୍ଟ ହୋଇଥିବା ଭାରତୀୟ ବାୟୁସେନା କର୍ମୀ ଦର୍ଶନ ଶାହା ଦୀର୍ଘ ସମୟ ଲଢେଇ କରିବା ପରେ ଏହି ଯୁଦ୍ଧରେ ଜିତିଛନ୍ତି। ଦର୍ଶନ ଶାହ ଡ୍ୟୁଟି ସମୟରେ ତିଲକ ଲଗାଇବାର ଅନୁମତି ଆମେରିକାର ବାୟୁସେନା ଠାରୁ ମାଗିଥିଲେ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ସମଗ୍ର ବିଶ୍ୱରୁ ତାଙ୍କୁ ଅନେକ ସ୍ଥାନରୁ ସମର୍ଥନ ମିଳିଥିଲା।

ଶାହା କହିଛନ୍ତି ଯେ ଟେକ୍ସାସ, କାର୍ଲିଫର୍ଣ୍ଣିଆ, ନିୟ୍ୟୁଜର୍ସିରେ ଏବଂ ନ୍ୟୁୟର୍କ ରହୁଥିବା ତାଙ୍କ ବନ୍ଧୁ ଓ ପରିବାରଙ୍କ ପକ୍ଷରୁ ବାର୍ତ୍ତା ଆସିଥିଲା ଯେ ଆମେରିକା ବାୟୁ ସେନାରେ ଏପରି କାର୍ଯ୍ୟ ପାଇଁ ସେମାନେ ବେଶ ଖୁସି । ଶାହ କହିଛନ୍ତି ଏହା ଏକଦମ ନୂଆ କଥା । ଏ ବିଷୟରେ କେହି କେବେ କିଛି ଶୁଣି ନାହାନ୍ତି କି ଏମିତି କିଛି ହୋଇପାରେ ବୋଲି ଭାବି ମଧ୍ୟ ନଥିବେ କିନ୍ତୁ ଏହା ବର୍ତ୍ତମାନ ଏକ ବାସ୍ତବତାରେ ପରିଣତ ହୋଇଛି। ଶାହା କହିଛନ୍ତି ଯେ ସେ ପ୍ରତିଦିନ ତିଲକ ଲଗାଇ କରି ଡ୍ୟୁଟି କରନ୍ତି। ଏହା ତାଙ୍କ ପାଇଁ ଏକ ବଡ଼ ଅନୁଭୂତି। ଏହି କଥାକୁ ନେଇ ସେ ତାଙ୍କ ସହକର୍ମୀ ଏବଂ ସାଙ୍ଗମାନଙ୍କ ଠାରୁ ବହୁତ ସମର୍ଥନ ପାଇଛନ୍ତି । ପ୍ରତିଦିନ ତିଲକ ଲଗାଇ କର୍ମକ୍ଷେତ୍ରକୁ ଯିବା ଆନନ୍ଦିତ ବୋଲି କହିଛନ୍ତି ଶାହ ।

ଶାହା କହିଛନ୍ତି ଯେ ଡ୍ୟୁଟିରେ ଥିବାବେଳେ ମୁଁ ମୋର ୟୁନିଫର୍ମ ପିନ୍ଧିବା ସହିତ ତିଲକ ଲଗାଇଥାଏ। ଏହା ସତ ଯେ ବାୟୁସେନାର ଜଣେ ସଦସ୍ୟ ଭାବରେ ୟୁନିଫର୍ମ ମୋର ପରିଚୟ, କିନ୍ତୁ ଏହା ମଧ୍ୟ ସତ୍ୟ ଯେ ତିଲକ ଲଗାଇବା ପରେ ମତେ ଅଧିକ ଭଲ ଲାଗେ। ଅସୁବିଧାର ସମ୍ମୁଖୀନ ହେବାକୁ ଏହା ମୋତେ ସାହସ ଦେଇଥାଏ। ଏହା ମୋତେ ମାର୍ଗଦର୍ଶନ ପ୍ରଦାନ କରେ । ସବୁ ବିପଦର ମୁକାବିଲା କରିବାର ଏହା ହେଉଛି ମୋର ଉପାୟ। ସେ ଏପରି ଏକ ଦେଶରେ ବାସ କରନ୍ତି ଯେଉଁଠାରେ ତାଙ୍କର ଧର୍ମ ସ୍ବାଧୀନତାକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାର ସ୍ବାଧୀନତା ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ଶାହା କହିଛନ୍ତି, “ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠାରେ ଆମେ ଯାହା ଚାହୁଁଛୁ ତାହା ଉପରେ ବିଶ୍ବାସ କରିବାକୁ ଅନୁମତି ଦିଆଯାଇଛି। ଏହା ହିଁ ଏକ ମହାନ ଦେଶ ଅଟେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.