କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା, ନାଗରିକଙ୍କୁ ଗେଟ୍‌ ଛାଡି ଚାଲିଯିବାକୁ ଆମେରିକାର ପରାମର୍ଶ

କାବୁଲ : କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା । ଏୟାରପୋର୍ଟ ଗେଟ୍‌ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଆଇବି, ଇଷ୍ଟ, ନର୍ଥ ଗେଟରୁ ତୁରନ୍ତ ଛାଡି ଚାଲିଯିବାକୁ କାବୁଲରେ ଥିବା ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୂତାବାସ ଠାରୁ ସୂଚନା ନ ମିଳିବା ପଯ୍ୟନ୍ତ ଏୟରପୋର୍ଟ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରେ ଦେଶ ଛାଡ଼ିବାକୁ ହଜାର ହଜାର ଲୋକ ଅପେକ୍ଷା କରି ରହିଛନ୍ତି ।

ଉଭୟ ଆଫଗାନ ଓ ବିଦେଶୀ ନାଗରିକଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ କରାଯାଉଛି । ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ପୂର୍ବରୁ ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.