ତାଇଓ୍ଵାନରେ ପୁଣି ଆମେରିକା ଟିମ୍, ବଢ଼ିଲା ଉତ୍ତେଜନା

ନୂଆଦିଲ୍ଳୀ : ନାନ୍ସୀ ପୋଲୋସୀଙ୍କ ଗସ୍ତକୁ ନେଇ ଉତ୍ତେଜନା ଥମିନି । ପୁଣି ତାଇଓ୍ଵାନରେ ଆମେରିକାର ଆଉ ଏକ ଟିମ୍ ପହଞ୍ଚିଛନ୍ତି । ବିନା ଘୋଷଣାରେ ପହଞ୍ଚିଛି ଆମେରିକା ସଂସଦର ଏକ ପ୍ରତିନିଧି ଦଳ । ନାନ୍ସୀ ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଏହି ଟିମ୍ ପହଞ୍ଚିଛି। ଟିମ୍ରେ ୫ ଜଣ ସଦସ୍ୟ ଅଛନ୍ତି।

ସୋମବାର ପର୍ଯ୍ୟନ୍ତ ରହିବ ଏହି ପ୍ରତିନିଧି ଦଳ। ନାନ୍ସୀଙ୍କ ଗସ୍ତ ପରେ ତାଇଓ୍ଵାନ ଚାରିପାଖରେ ଚୀନ୍ ସବୁଠୁ ବଡ଼ ସମରାଭ୍ୟାସ କରିଥିଲା। ଯୁଦ୍ଧର ଭ୍ରମ ସୃଷ୍ଟି କରିଥିଲା ଏହି ସମରାଭ୍ୟାସ। ଉତ୍ତେଜନା ଏବେ ବି ଥମିନି । ପୁଣି ପହଞ୍ଚିଛି ଆମେରିକାର ଆଉ ଏକ ପ୍ରତିନିଧି ଦଳ । ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଗସ୍ତର ଏହା ଏକ ଅଂଶ ବିଶେଷ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ତାଇଓ୍ଵାନ ନେତାଙ୍କ ସହ ଏହି ଟିମ୍ ଆଞ୍ଚଳିକ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ ପ୍ରସଙ୍ଗରେ ଆଲୋଚନା କରିବ। ରାଷ୍ଟ୍ରପତି ସାଇ-ଇଙ୍ଗ୍ େଓ୍ଵନ୍ଙ୍କୁ ମଧ୍ୟ ଭେଟିବେ ପ୍ରତିନିଧି ମଣ୍ଡଳୀ। ତାଇଓ୍ଵାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦ୍ୱିତୀୟ ଉଚ୍ଚସ୍ତରୀୟ ଗସ୍ତ ଆମେରିକାର ଦୃଢ଼ ସମର୍ଥନର ସଂକେତ।

Leave A Reply

Your email address will not be published.