ଛି… ପନିପରିବାରେ ପାଣି ବଦଳରେ ପରିସ୍ରା କରି ଛିଞ୍ଚୁଥିଲା ବେପାରୀ, ଭିଡିଓ ଭାଇରଲ ପରେ ଭୁଲ୍‌ ସ୍ୱୀକାର କଲା

ପନିପରିବାରେ ପରିସ୍ରା ଛିଞ୍ଚି ବିକୁଥିଲେ ଦୋକାନୀ। ଭିଡିଓ ଭାଇରଲ ହେଲା ପରେ ମାନିଲେ ସତ। କଥାଟି ଶୁଣି ହୁଏତ ଆପଣଙ୍କ ତାଜୁବ ଲାଗିପାରେ। କିନ୍ତୁ ଏମିତି କାରନାମା ଉତ୍ତରପ୍ରଦେଶର ଜଣେ ପରିବା ବିକାଳି କରୁଥିଲେ। ଉତ୍ତରପ୍ରଦେଶ ବରେଲୀରେ ଜଣେ ବ୍ୟକ୍ତି ପରିବା ଉପରେ ପରିସ୍ରା ପକାଇ ବିକ୍ରି କରୁଥିଲେ। ଆଉ ଏହି ଘଟଣାରେ ଜଣେ ଯୁବକ ମୋବାଇଲରେ ରେକର୍ଡିଂ କରିଥିଲେ। ମୋବାଇଲରେ ରେକର୍ଡିଂ କରିବା ପରେ ଲୋକଙ୍କୁ ଡାକି ସତ ଧରାଇଥିଲେ। ଭିଡିଓ ଦେଖିବା ପରେ ଦୋଷ ସ୍ୱୀକାର କରିବା ସହିତ କ୍ଷମା ମାଗିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।

ଉତ୍ତରପ୍ରଦେଶ ବରେଲୀର ପ୍ରେମ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ପରିବା ବିକ୍ରି କରୁଥିଲେ। ପରିବାରେ ପରିସ୍ରା କରି ଛିଞ୍ଚୁଥିଲେ ବ୍ୟକ୍ତି। ଯାହାକୁ ଜଣେ ବ୍ୟକ୍ତି ଦେଖି ଭିଡିଓ କରିଥିଲେ। ଭିଡିଓ କରିବା ପରେ ସେ ଲୋକଙ୍କୁ ଡାକି ଭିଡିଓ ଦେଖାଇଥିଲେ।ଯେତେବେଳେ ବ୍ୟକ୍ତି ଜଣକୁ ଏ ବାବଦରେ ପଚାରାଯାଇଥିଲା, ସେ ମନା କରିଦେଇଥିଲେ। ପରେ ଭିଡିଓ ଦେଖାଇବା ପରେ ନିଜର ଦୋଷ ସ୍ୱୀକାର କରିଥିଲେ। ବେପାରୀ ଜଣକ ନିଜ ଦୋଷ ସ୍ୱୀକାର କରି କ୍ଷମା ମାଗିଥିଲେ। ହେଲେ ସ୍ଥାନୀୟ ଲୋକ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ବ୍ୟକ୍ତିଙ୍କୁ ଗିରଫ କରି ଆଇପିସି ଧାରା ୧୫୩ ଏ, ୨୯୫, ୨୬୯ ଏବଂ ୨୭୦ ଦଫା ଲଗାଇଛି। ସୂଚନାଯୋଗ୍ୟ, ଭିଡିଓ ଭାଇରଲ ହେବା ପରେ ହିନ୍ଦୁ ଜାଗରଣ ମଞ୍ଚର ମହାନଗର ଅଧ୍ୟକ୍ଷ ଦୁର୍ଗେଶ କୁମାର ଗୁପ୍ତା ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

Also Read : ଲକ୍ଷ୍ମୌ: ପ୍ରବଳ ବର୍ଷାରେ କାନ୍ଥ ପଡି ୯ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା ସାମିଲ

Leave A Reply

Your email address will not be published.