୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ, ଦେଖିପାରିବେ ଶାହାଜାହାନ-ମମତାଜଙ୍କ କବର

ମୋଗଲ ସମ୍ରାଟ ଶାହାଜାହାନଙ୍କ ତ୍ରିଦିବସୀୟ ଉର୍ସ ଉତ୍ସବ ଚଳିତଥର ମାର୍ଚ୍ଚ ୨୧ରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପାଳିତ ହେବ। ଏ ଅବସରରେ ପର୍ଯ୍ୟଟକମାନେ ତିନି ଦିନ ମାଗଣାରେ ତାଜମହଲ ବୁଲିବା ସୁଯୋଗ ପାଇବେ। ଏହି ତିନି ଦିନ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ରହିବ। ୨୧ ଓ ୨୨ ମାର୍ଚ୍ଚରେ ଅପରାହ୍ନ ୨ଟା ପରେ ତାଜ୍‌ରେ ମାଗଣାରେ ପ୍ରବେଶ କରିପାରିବେ। ସେହିପରି ମାର୍ଚ୍ଚ ୨୩ ତାରିଖରେ ପୂରା ଦିନ ତାଜ୍‌ ଦେଖିବାର ସୁଯୋଗ ମିଳିବ।

taj

ଏଥିସହ ତାଜମହଲ ଭିତରେ ଥିବା ଶାହାଜାହାନ ଓ ମମତାଜଙ୍କ ପ୍ରକୃତ କବରକୁ ମଧ୍ୟ ପର୍ଯ୍ୟଟକ ଅତି ନିକଟରୁ ଦେଖିପାରିବେ। ଉର୍ସର ମୁଖ୍ୟ ଆକର୍ଷଣ ସବୁବର୍ଷ ଭଳି ସର୍ବଧର୍ମ ସଦ୍‌ଭାବର ପ୍ରତୀକ ସତରଙ୍ଗୀ ଚାଦର ରହିବ। ଶାହାଜାହାନ ଉର୍ସ କମିଟିର ଅଧ୍ୟକ୍ଷ ତାହିରୁଦ୍ଦିନ ତାହିର ଏନେଇ ସୂଚନା ଦେଇଛନ୍ତି।

Taj-Mahal2

ଉର୍ସର ଅର୍ଥ ହେଉଛି ‘କାହାର ପୁଣ୍ୟତିଥିରେ ପାଳନ କରାଯାଉଥିବା ଉତ୍ସବ’ ବା ଶ୍ରାଦ୍ଧବାର୍ଷିକୀ। ଏହି ଦିନ ଶାହାଜାହାନ ଓ ମମତାଜଙ୍କ ଭୂମିଗତ କକ୍ଷରେ ଥିବା ଅସଲି କବରକୁ ଖୋଲାଯିବ। ବର୍ଷକରେ ଏହି ଗୋଟିଏ ଦିନ ସାଧାରଣ ଲୋକଙ୍କ ସାମ୍ନାରେ କବର ଖୋଲାଯାଏ। କବର ଖୋଲାଯିବା ପରେ ଅଜାନ ହୁଏ ଓ ଫତିହା ପଢ଼ାଯାଏ। ଯାହାକୁ ଦେଖିବାକୁ ତାଜ୍‌ରେ ଲକ୍ଷ ଲକ୍ଷ ଜନସମାଗମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.