କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିପାରିବେ ଆଣ୍ଠୁଗଣ୍ଠି ବାତ ମେଡିସିନ୍‌ ଟୋସିଲଜୁମାବ , WHO ଦେଲା ଅନୁମତି

କୋଭିଡ ରୋଗୀଙ୍କୁ ଭଲ କରିବ ଆଣ୍ଠୁଗଣ୍ଠି ବାତ ଔଷଧ । ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଠୁ ଗଣ୍ଠି ବାତ ରୋଗ ଔଷଧକୁ ବ୍ୟବହାର କରାଯିବ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁମତି ଦେଇଛି । ଆଣ୍ଠୁଗଣ୍ଠି ବାତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଟୋସିଲିଜୁମାବ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମେଡିସିନ ତାଲିକାଭୁକ୍ତ କରାଯାଇଛି ।

ଏବେ ୧୨୦ରୁ ଅଧିକ ଦେଶରେ ଟୋସିଲଜୁମାବ ଆଥ୍ରାଇଟିସ ଚିକିତ୍ସାରେ ବ୍ୟବହାର କରାଯାଉଛି । ତେବେ ଏହି ଔଷଧର ଦାମ୍‌ କିପରି କମା ଯାଇପାରିବ ଓ ବିଭିନ୍ନ ରାଷ୍ଟ୍ରରେ ସହଜରେ ଉପଲବ୍ଧ ହେବ ତା ଉପରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱ ଦେଉଛି । ଏଭିତରେ ବହୁ ଜେନେରିକ କଂପାନୀ ଟୋସିଲଜୁମାବ ପ୍ରସ୍ତୁତ କରୁଛନ୍ତି । ଯଦି ସେମାନେ WHO ମାନକ ଅନୁସରଣ କରନ୍ତି ତେବେ ସେମାନେ ମଧ୍ୟ ଅନ୍ତର୍ଜାତୀୟ ମାର୍କେଟରେ ପ୍ରବେଶ କରିବାରେ ଅସୁବିଧା ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.