ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ WHOର ଅନୁମତି

ନୂଆଦିଲ୍ଲୀ(କେନ୍ଯୁଜ୍): ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ WHOର ଅନୁମତି। ଆଫ୍ରିକାରେ ୨ ବର୍ଷ ଯାଏ ଶିଶୁଙ୍କୁ ଦିଆଯିବ ୪ଟି ଡୋଜ୍‌। ପ୍ରତି ୨ ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ମୃତ୍ୟୁ ବରଣ କରୁଛନ୍ତି। ବିଶେଷ କରି ଆଫିକାର ବହୁ ଶିଶୁଙ୍କ ମ୍ୟାଲେରିଆରେ ମୃତ୍ୟୁ ହେଉଛି। ପ୍ରତିବର୍ଷ ୪ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି।

୨୦୧୯ରୁ ଘାନା,କେନିୟା ଓ ମଲାଓ୍ଵିରେ ଟିକାକୁ ନେଇ ପାଇଲଟ ପ୍ରୋଜେକ୍ଟ କରାଯାଇଥିଲା। ଏହି ପ୍ରୋଜେକ୍ଟର ଫଳାଫଳ ଅନୁଯାୟୀ ଡବ୍ଲୁଏଚଓ ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛି। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ RTS, S/AS୦1 ମ୍ୟାଲେରିଆ ଟିକା ହେଉଛି ମଶା ଦ୍ୱାରା ବ୍ୟାପୁଥିବା ରୋଗ ପାଇଁ ବିଶ୍ୱର ପ୍ରଥମ ପ୍ରତିଷେଧକ ଟିକା ବୋଲି କହିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଗେବ୍ରେୟେସସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.