ଜରୁରୀକାଳୀନ ବୈଠକ ଡାକିଲା WHO, କରୋନା ସ୍ଥିତି ନେଇ ସମୀକ୍ଷା ଆଶଙ୍କା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଜି ଜରୁରୀକାଳୀନ ବୈଠକ ଡକାଯାଇଛି। ଏଥିରେ କରୋନା ଭାଇରସ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। WHO ତରଫରୁ ଏଭଳି ବୈଠକ ତିନି ମାସ ପୂର୍ବରୁ ଡକାଯାଇଥିଲା। ସେତେବେଳେ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଥିଲା।

IFMSA @ 140th WHO EB Meeting - International Federation of Medical ...

ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଏଡହୋମ ଘେବ୍ରେୟସସ ଏନେଇ ସୂଚନା ଦେଇ କହିଛନ୍ତି ଯେ କରୋନା ଭାଇରସ ଯୋଗୁ ଏବେ ସାରା ଦୁନିଆରେ ପ୍ରାୟ ୩୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିସହ ଅଢ଼େଇ ଲକ୍ଷଙ୍କ ଜୀବନ ବି ଯାଇ ସାରିଲାଣି। ସେ କହିଛନ୍ତି ଯେ ଲୋକମାନେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ।

Covid-19 | New Scientist

ସୂଚନାଯୋଗ୍ୟ ଯେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଆମେରିକା WHOର ଫଣ୍ଡିଂ ବନ୍ଦ କରିଦେଇଛି। କରୋନା ମୁକାବିଲା କରିବାରେ WHO ବିଫଳ ହୋଇଥିବା ଅଭିଯୋଗ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଥିଲେ। ଏହାର ଉତ୍ତର WHO ର ମୁଖ୍ୟ ଟ୍ରେଡୋସ କହିଥିଲେ ଯେ ଜାନୁଆରୀ ୩୦ ରେ ଯେତେବେଳେ କରୋନା ଯୋଗୁ କାହାର ମୃତ୍ୟୁ ଘଟିନଥିଲା ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷିତ କରିଥିଲା। ଏଣୁ ସାରା ଦୁନିଆ WHO ର କଥା ଶୁଣିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.