ପ୍ରେତାତ୍ମା ଲାଗିଛି ନା କଣ ? ହଠାତ ସ୍କୁଲ ପିଲାମାନେ ଏମିତି କାହିଁକି ହେଲେ

ଉତ୍ତରାଖଣ୍ଡର ବାଗେଶ୍ଵର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଘଟଣାଟି କଣ ହେଇଛି ନା ଏଠାକାର ଏକ ସରକାରୀ ସ୍କୁଲ ପରିସରରେ କିଛି ଛାତ୍ର ହଠାତ ଜୋର ଜୋର ରେ ଚିଲେଇବାକୁ ଲାଗିଲେ। ମୁଣ୍ଡ ପିଟିବା ସହିତ ଭୂମି ଉପରେ ଗଡିଗଲେ। ଅବଶ୍ୟ ଏମିତି ଦୃଶ୍ୟ ଯିଏ ବି ଦେଖିବ ନିଶ୍ଚିତ ରୂପେ ଭୟବିତ ହୋଇଯିବ ।  ଏହାକୁ ଦେଖିବା ପରେ ସ୍କୁଲ ଟିଚରଙ୍କ ସମେତ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ମାନେ ବି ଭୟରେ କମ୍ପିବାକୁ ଲାଗିଲେ। ସେମାନଙ୍କୁ ଯେମିତି ବୁଝା ପଡୁନଥିଲାକି ସେମାନେ କଣ କରିବେ ।  ସ୍କୁଲ ଶିକ୍ଷକ ଜଣଙ୍କ ଚିଲାଉଥିବା ପିଲାଙ୍କୁ ଚୁପ କରିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ତଥାପି ପିଲାମାନେ ଆଦୌ ଚୁପ ହୋଇନଥିଲେ ।  ଆଉ କାହିଁକି ଏମିତି ପାଟି କରୁଛନ୍ତି ତାହା ପଛର କାରଣ ବି କିଛି କହିନଥିଲେ ।  ବିଭିନ୍ନ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଖୁବ ଭାଇରାଲ ହୋଇଥିଲା ।

ଆଉ ଏକ ୱେବସାଇଟରେ ଛପା ଯାଇଥିବା ରିପୋର୍ଟ ଅନୁସାରେ, ସ୍କୁଲ ହେଡ଼ ମାଷ୍ଟର ବିମଳା ଦେବୀଙ୍କ କହିବା ଅନୁଯାୟୀ ଛାତ୍ର ମାନଙ୍କ ମଧ୍ୟରେ ଏମିତି ଘଟଣା ପ୍ରଥମ ଥର ପାଇଁ ମଙ୍ଗଳବାର ଦେଖିବାକୁ ମିଳିଛି। ସେମିତି ହିଁ ଏକ ସମାନ ଦୃଶ୍ୟ ଦୁଇ ଦିନ ପରେ ଗୁରୁବାର ଦେଖିବାକୁ ମିଳିଥିଲା । ସେମାନେ ଖୁବ ଜୋରଜୋରସେ କାନ୍ଦିବାକୁ ଲାଗିଲେ ।  ଆଉ ନିଜ ନିଜ ମୁଣ୍ଡକୁ ବି କାନ୍ଥରେ ପିଟିବାକୁ ଲାଗିଲେ । ଘଟଣା ଘଟିବା ପରେ ସେମାନଙ୍କ ମା’ ବାପାଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା। ଅବଶ୍ୟ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାଯାଇଛି । ଭାଇରଲ ହେଉଥିବା ଭିଡିଓଟିରେ ଆପଣମାନେ ଦେଖିପାରିବେ ଛାତ୍ରଛାତ୍ରୀମାନେ କିପରି କ୍ଳାସ ଛାଡି କି ଭୂମି ଉପରେ ବସିଛନ୍ତି ।  ସେମାନେ ଲଗାତାର ଭାବରେ ଚିଲେଇବା ସହିତ କାନ୍ଦିବାକୁ ଲାଗିଲେ ।  ସେମାନଙ୍କ ଶିକ୍ଷକ ସେମାନଙ୍କୁ ଚୁପ ରହିବାକୁ ବାରମ୍ବାର କହିଥିଲେ ମଧ୍ୟ ସେମାନେ ଚୁପ ହୋଇନଥିଲେ ।  ସେହି ସମୟରେ ସ୍କୁଲର ଚାରି ପାଖରୁ କେବଳ କାନ୍ଦିବା ଶବ୍ଦ ହିଁ ଆସୁଥିଲା ।

କିନ୍ତୁ ଏପଟେ ଆଶଙ୍କା କରାଯାଇଛିକି “ମାସ ହିଷ୍ଟେରିୟା” ବା “ସମୂହ ହିଷ୍ଟେରିୟା” କାରଣରୁ ହିଁ ଏମିତି ଘଟଣା ଦେଖିବାକୁ ମିଳିଛି ।  କହିରଖିବା ଉଚିତ ହେବକି ମାସ ହିଷ୍ଟେରିୟା ହେଉଛି ଏମିତି ଏକ ସମସ୍ୟା ଯେଉଁଥିରେ ଗୋଟିଏ ଟିମ ସହିତ ଏକ ସମୟରେ ଅସାମାନ୍ୟ ବ୍ୟବହାର ଦେଖିବାକୁ ମିଳିଥାଏ ।  ଏହି ସମୟରେ ସ୍ୱାସ୍ଥ୍ୟ ଲକ୍ଷଣ ବିଚାର ଓ ଭାବନା ଦେଖିବାକୁ ମିଳିଥାଏ | ଏକ୍ସପର୍ଟଙ୍କ ଅନୁଯାୟୀ ମାସ ହ୍ୱିସ୍ଟେରିଆ ହେଉଛି ଏକ ପ୍ରକାର କାଁଭାଁର୍ଜନ ଡ଼ିଜାର୍ଡ଼ର କିମ୍ବା ମାନସିକ ସ୍ଥିତି ।  ଏଥିରେ ଭାବନାତ୍ମକ କିମ୍ବା ମାନସିକ ଷ୍ଟ୍ରେସ ଯାହାକି ଶାରୀରିକ ଲକ୍ଷଣରେ ସାମିଲ ହୋଇଥାଏ ।

Leave A Reply

Your email address will not be published.