କେଉଁ ଚାପରେ ପଛକୁ ଘୁଞ୍ଚିଲା ଡ୍ରାଗନ? ଜାଣନ୍ତୁ କାହିଁକି ପଛଘୁଞ୍ଚା ଦେଲା ଚୀନ ସେନା

ଶେଷରେ ଗଲଓ୍ଵାନ ଘାଟିରୁ ପଛଘୁଞ୍ଚା ଦେଲା ଚୀନ। ପାଖାପାଖି ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା । ଚିନ ସହ ଭାରତୀୟ ସେନା ବି ନିଜ ସ୍ଥାନରୁ ପଛକୁ ହଟିଛି । ଗଲଓ୍ଵାନ ନଦୀ କୂଳରେ ଥିବା ଚୀନର କ୍ୟାମ୍ପକୁ ଉଠାଇନେଇଛି ଡ୍ରାଗନ୍ ସେନା । ଏହା ସହ ଗଲଓ୍ଵାନ ଘାଟି ସୀମାରେ ଚୀନ ନିୟାଜିତ କରିଥିବା ଯବାନ, ଗାଡି ସବୁକୁ ଦୁଇ କିଲୋମିଟର ପଛକୁ ନେଇଛି । କମାଣ୍ଡର ସ୍ତରୀୟ ଆଲୋଚନା ପରେ ହିଂସା ହୋଇଥିବା ସ୍ଥାନରୁ ପଛକୁ ହଟାଇଛି ଚୀନ।  ୪୮ ଘଂଟା ଧରି ଗଭୀର କୂଟନୀତିକ ଚର୍ଚ୍ଚା ଓ ଆଲୋଚନା ଜାରି ରହିବା ପରେ ପଛକୁ ହଟିବାକୁ ରାଜି ହୋଇଛି ଚିନ ସେନା । ତେବେ ଚର୍ଚ୍ଚା ହେଉଛି ଏହି ପ୍ରମୁଖ କାରଣ ଯୋଗୁଁ ପଛଘୁଞ୍ଚା ଦେଇଛି ଚିନ୍‌ ସେନା। ତାହେଲେ ଆସନ୍ତୁ ଜାଣିବା ସେହି ପ୍ରମୁଖ କାରଣ କଣ?

ଚୀନ ପଛଘଞ୍ଚାର ପ୍ରମୁଖ କାରଣ

୧ – ଲଦାଖରେ ସାମରିକ ଶକ୍ତି ବଢ଼ାଇଥିଲା ଭାରତ

୨ – ଲଦାଖ ଆକାଶରେ ମିଗ, ସୁଖୋଇ ଓ ଆପାଚେ ଉଡିଥିଲା

୩ – ଦୁଇ ଦେଶର ସାମରିକ ବାହିନୀ ସ୍ତରରେ ଆଲୋଚନା

୪ – ଦୁଇ ଦେଶର ସାମରିକ ବାହିନୀ ସ୍ତରରେ ଆଲୋଚନା

୫ – ଭାରତକୁ ଆମେରିକା, ଜାପାନ ଭଳି ଦେଶର ସର୍ମଥନ

୬ – ଲେହ ଯାଇ ଗ୍ରାଉଣ୍ଡ ରିଅଲିଟି ଚେକ୍‌ କରିଥିଲେ ପ୍ରଧାନମନ୍ତ୍ରୀ

୭ -ସୀମାରେ ସ୍ଥିତି ପରିଖିଥିବା ସହ ବରିଷ୍ଠ ସେନା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

୮ – ୫୯ଟି ଚାଇନିଜ୍‌ ଆପ୍‌ ଭାରତରେ ବ୍ୟାନ

୯ – ଚୀନର ଅର୍ଥନୀତି ପ୍ରଭାବିତ ହେବା ଆଶଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.