ମା’ ହେବାକୁ କହି ତିନି ଜଣ ପୁରୁଷଙ୍କୁ ଠକି ଦେଲେ ମହିଳା !

ମା” ହେବା ପାଇଁ କେଉଁ ମହିଳା ଅବା ନ ଚାହାନ୍ତି | ସ୍ତ୍ରୀ ଓ ପୁରୁଷଙ୍କ ମିଳନରେ ହିଁ ଏହା ସମ୍ଭବ ହୋଇଥାଏ । କିନ୍ତୁ ବିଜ୍ଞାନର ଅଗ୍ରଗତି କାରଣରୁ ବିନା ମିଳନରେ ବି ସ୍ପର୍ମ ସହିତ ମହିଳାଙ୍କ ଓଭ୍ୟୁମକୁ ମିଶାଇ ଛୁଆ ଜନ୍ମ କରାଯାଇପାରିବ । ଏହି ଟେକନିକ ଜରିଆରେ ହିଁ ଜଣେ ଲେସବିଆନ କପଲ ଆଜି ମା’ ହେବାର ସୌଭାଗ୍ୟ ପାଇ ପାରିଛନ୍ତି । କିନ୍ତୁ ଏମାନେ ଯାହାବି କରିଛନ୍ତି ତାହା ତିନି ଜଣ ପୁରୁଷଙ୍କୁ ଝଟକା ଦେଇଛି । ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ଜାଣିବା ।

ପ୍ରକୃତରେ ଅଷ୍ଟ୍ରେଲିଆର ରାଜଧାନୀ ସିଡନୀରେ ବାସ କରୁଥିବା ଏକ ଲେସବିଆନ ଯୋଡି ମା’ହେବାକୁ ଇଚ୍ଛା ରଖିଥିଲେ । ସେମାନେ ଫେସବୁକ ମାଧ୍ୟମରେ ପୁରୁଷଙ୍କ ଠାରୁ ସ୍ପର୍ମ ମାଗିଥିଲେ । ୨୦୨୧ ସେପ୍ଟେମ୍ବର ମାସରେ ଏହି ଯୋଡିଙ୍କୁ ତିନି ଜଣ ଭିନ୍ନ ଭିନ୍ନ ପୁରୁଷଙ୍କ ସ୍ପର୍ମ ମିଳିଥିଲା । ଏହା ପରେ କିନ୍ତୁ ମହିଳା ଜଣଙ୍କ ଯାହା କରିଥିଲେ ତାହା ସମସ୍ତଙ୍କୁ ଅଜବ ଲାଗିଥିଲା । ଲେସବିଆନ କପଲ ଜଣଙ୍କ ବିନା କୌଣସି ସୂଚନା ଦେଇ ତିନି ଜଣଙ୍କ ସ୍ପର୍ମ ମିଶାଇ ବ୍ୟବହାର କରି ନେଇଥିଲେ । ଯାହା ଦ୍ୱାରା ମହିଳା ଜଣଙ୍କ ଗର୍ଭବତୀ ହେବା ସହ ଏକ ସୁସ୍ଥ ଶିଶୁକୁ ମଧ୍ୟ ଜନ୍ମ ଦେଇଛନ୍ତି ।

ତେବେ ତିନି ଜଣ ପୁରୁଷଙ୍କୁ ଏବିଷୟରେ ଜଣା ପଡିଥିଲା ସେମାନେ ଠକିଥିବା ନେଇ ଅନୁଭବ କରିଥିଲେ । ଏମଧ୍ୟରୁ ଜଣେ ପୁରୁଷ Kidspot ସହ କଥାବାର୍ତ୍ତା ସମୟରେ କହିଛନ୍ତିକି ନୈତିକତା ଦୃଷ୍ଟିରୁ ଯୋଡି ସ୍ପର୍ମ ଗୁଡିକୁ ମିକ୍ସ କରିବା ଉଚିତ ନୁହେଁ । ସେମାନଙ୍କ କହିବା ଅନୁଯାୟୀ ନା ସେମାନଙ୍କୁ ଏବାବଦରେ କୁହାଯାଇଥିଲା ନା ସେମାନଙ୍କ ଠାରୁ ସହମତି ନିଆଯାଇଥିଲା ।

ଅନ୍ୟପକ୍ଷରେ ଶିଶୁଟିର ଭିଡିଓ ଦେଖି ଜଣେ ପୁରୁଷ କହିଛନ୍ତିକି ମୁଁ ଛୁଆ ହେବାକୁ ନେଇ ଖୁବ ଏକସଶାଇଟେଡ଼ ଥିଲି । କିନ୍ତୁ ଏବେ ଭାବୁଛି ମୁଁ ଯେମିତି ଠକି ଯାଇଛି । ହୁଏତ ଆମେ ଏମିତି ଏକ ଜିନିଷ ପାଇଁ ଠକି ଯାଇଛୁ ଯାହାକି ଆମେ ମାଗଣାରେ ଦେବାକୁ ଚାହୁଁଥିଲୁ | ଯେବେକି ତୃତୀୟ ଡୋନର ଜଣଙ୍କ କହିଛନ୍ତିକି ଏହା ଜମା ବି ଠିକ ନୁହେଁ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.