ମହିଳା ଆଇଏଏସ୍ ୭୧,୦୦୦ ଟଙ୍କାର ବେଲ୍ଟ ପିନ୍ଧି ସେୟାର କଲେ ଫଟୋ, ପୁଣି ଡିଲିଟ୍‌ କରି ଦେଲେ ଟ୍ଵିଟ୍‌; ଜାଣନ୍ତୁ କିଏ ଏହି ମହିଳା ଜଣକ

ଆଇଏଏସ୍ ଅଧିକାରୀ ସୋନାଲ ଗୋୟଲ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ୭୧ ହଜାର ଟଙ୍କା ମୂଲ୍ୟର ବେଲ୍ଟ ପିନ୍ଧିଥିବାର ନଜର ଆସିଥିଲେ। ଆଉ ଏହାପରେ ତାଙ୍କର ସେହି ପୋଷ୍ଟଟି ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଥିଲା। ଯଦିଓ ପରେ ସେ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରୁ ବେଲ୍ଟ ସହିତ ନିଜର ପୋଷ୍ଟଟିକୁ ଡିଲିଟ କରି ଦେଇଥିଲେ। ତଥାପି archive.org ରେ ଏହି ଫଟୋକୁ ଆପଣ ଦେଖି ପାରିବେ। ଆଇଏଏସ୍ ଅଧିକାରୀ ସୋନାଲ ଗୋୟଲ ଯେଉଁ ବେଲ୍ଟ ପିନ୍ଧିଥିଲେ, ତାହା ହେଉଛି ‘ମେଡ୍‌ ଇନ୍‌ ଇଟାଲୀ’। ଅର୍ଥାତ୍‌ ଇଟାଲୀରେ ତିଆରି ହୋଇଛି। ଏହା Gucci କମ୍ପାନୀର ଏକ କଳା ଚମଡ଼ା ବେଲ୍ଟ ଥିଲା। Gucci କମ୍ପାନୀ ବହୁତ ମହଙ୍ଗା ବ୍ରାଣ୍ଡ ଭାବରେ ସାରା ବିଶ୍ୱରେ ଜଣାଶୁଣା।

Gucci ୱେବସାଇଟରେ ଥିବା ବିବରଣୀ ମୁତାବକ, ଏହି ବେଲ୍ଟରେ ଡବଲ୍ ‘ଜି’ ଲେଖା ହୋଇଛି। ବେଲ୍ଟରେ ଅନେକ ଷ୍ଟୋନ୍ସ ମଧ୍ୟ ଲାଗିଛି। ଏଥି ସହିତ ବେଲ୍ଟ ଉପରେ ଗୋଲ୍ଡ ପଲିସ୍ ହୋଇଛି। ସେ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଉଭୟ ଜାଗାରେ Gucci ବେଲ୍ଟ ସହିତ ନିଜର ଫଟୋ ସେୟାର କରିଥିଲେ। Gucciର ଆମେରିକୀୟ ୱେବସାଇଟରେ ଏହାର ଦାମ୍‌ ଦର୍ଶାଯାଇଛି ୭୪,୦୩୯ ଟଙ୍କା। କିନ୍ତୁ ଭାରତରେ ଏହି ବେଲ୍ଟକୁ ଫୋନ୍ (0225-032-3242) ଅର୍ଡର ମାଧ୍ୟମରେ ୭୧ ହଜାର ଟଙ୍କାରେ କିଣାଯାଇ ପାରିବ।

କିଏ ସୋନାଲ ଗୋୟଲ?

ସୋନାଲ ଗୋୟଲ ୨୦୦୮ ବ୍ୟାଚ୍‌ର ଜଣେ ଆଇଏଏସ୍ ଅଧିକାରୀ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ଟ୍ୱିଟରରେ ତାଙ୍କର ପାଖାପାଖି ୩.୫ ଲକ୍ଷ ଫଲୋୟର ଅଛନ୍ତି। ସେଠି ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ୭ ଲକ୍ଷରୁ ଅଧିକ ଫଲୋୟର ରହିଛନ୍ତି। Https://www.sonalgoelias.in ମୁତାବକ, ସୋନାଲ ଗୋୟଲ ବର୍ତ୍ତମାନ ତ୍ରିପୁରା ଭବନରେ ସ୍ପେଶାଲ ରେସିଡେଣ୍ଟ କମିଶନର ପଦରେ ନିଯୁକ୍ତ ଅଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କର ଅଲ ଇଣ୍ଡିଆ ର‍୍ୟାଙ୍କ ଥିଲା ୧୩। ଏହାପରେ ସେ ତ୍ରିପୁରା କ୍ୟାଡରରେ ଯୋଗ ଦେଇଥିଲେ। ୨୦୧୬ ଜୁଲାଇରେ ସେ ହରିୟାଣା କ୍ୟାଡରରେ ମିଶିଥିଲେ। ସୋନାଲ ଗୋୟଲ ଗୁରୁଗ୍ରାମ ମେଟ୍ରୋପଲିଟାନ ସିଟି ବସ୍ ଲିମିଟେଡ୍ (ଜିଏମସିବିଏଲ୍)ର ସିଇଓ ମଧ୍ୟ ରହି ସାରିଛନ୍ତି। ଗୁରୁଗ୍ରାମ ମେଟ୍ରୋପଲିଟାନ ଡେଭେଲପ୍‌ମେଣ୍ଟ ଅଥରିଟି (ଜିଏମଡିଏ)ରେ ବି ଅତିରିକ୍ତ ସିଇଓ ଭାବରେ କାର୍ଯ୍ୟ କରିଛନ୍ତି।

ଶ୍ରେଷ୍ଠ ୨୫ ମହିଳାଙ୍କ ମଧ୍ୟରେ ହୋଇଥିଲେ ସାମିଲ

ସୋନାଲ ଗୋୟଲ ୨୦୧୬ ସେପ୍ଟେମ୍ବରରେ ନୀତି ଆୟୋଗ, ୟୁନାଇଟେଡ୍‌ ନେଶନ୍ସ ଏବଂ MyGov ଦ୍ୱାରା ମନୋନୀତ ‘ଟପ୍‌ ୨୫ ଓ୍ଵିମେନ ଟ୍ରାନ୍ସଫର୍ମିଂ ଇଣ୍ଡିଆ’ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲେ। ସେ ମୂଳତଃ ପାନିପତ୍‌ର ବାସିନ୍ଦା। ନିଜର ପ୍ରାଥମିକ ଶିକ୍ଷା ଦିଲ୍ଲୀରୁ ହିଁ ଶେଷ କରିଥିଲେ। ସେହିପରି ଲେଡି ଶ୍ରୀରାମ କଲେଜ ଅଫ୍ କମର୍ସରୁ ସେ ବି.କମ୍ ପାସ୍‌ କରିଥିଲେ। ଏହା ବ୍ୟତୀତ ସୋନାଲ ICSIରେ କମ୍ପାନୀ ସେକ୍ରେଟାରୀ ରହିବା ସହ ଏଲ୍‌ଏଲ୍‌ବି ମଧ୍ୟ କରିଛନ୍ତି।

 

View this post on Instagram

 

A post shared by Sonal Goel IAS (@iassonalgoel)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.