ଝିଅର ହ୍ଵାଟ୍ସ ଆପ୍‌ ଷ୍ଟାଟସ୍‌ ନେଲା ମା’ ଜୀବନ, ଘରେ ପଶି ସାଙ୍ଗମାନେ କଲେ ମାରପିଟ୍‌

ଝିଅର ହ୍ଵାଟ୍ସ ଆପ୍‌ ଷ୍ଟାଟସ୍‌ ଯୋଗୁ ଗଲା ମା’ ଜୀବନ। ମହାରାଷ୍ଟ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହାରାଷ୍ଟ୍ରରେ ଦୁଇ ପରିବାର ମଧ୍ୟରେ ଯୁକ୍ତି ତର୍କ ଓ ମାଡ଼ ଗୋଳ ଯୋଗୁ ଜଣେ ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ମୃତାଙ୍କ ଝିଅର ହ୍ଵାଟ୍ସଆପ୍‌ ଷ୍ଟାଟସ୍‌ ଯୋଗୁ ଏହି ଝଗଡ଼ା ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ପାଳଘର ଜିଲ୍ଲାର ଶିବାଜୀ ନଗର ବୋଇସରରେ ଏହି ଘଟଣା ଘଟିଛି। ପୋଲିସର କହିବାନୁସାରେ, ମୃତାଙ୍କର ୨୦ ବର୍ଷର ଝିଅ ହ୍ଵାଟ୍ସଆପ୍‌ରେ ଏକ ଷ୍ଟାଟସ୍‌ ଦେଇଥିଲା। ତାହା ପଡ଼ୋଶୀରେ ରହୁଥିବା ସାଙ୍ଗକୁ ପସନ୍ଦ ଆସିଲା ନାହିଁ। ତାଙ୍କୁ ଲାଗିଲା ଯେ ଷ୍ଟାଟସ୍‌ଟି ତାଙ୍କ ପାଇଁ ଦିଆଯାଇଛି। ଏଣୁ ସେ ନିଜର କିଛି ସାଙ୍ଗ, ମା’ ଓ ଭାଇଙ୍କୁ ନେଇ ଝିଅ ଘରେ ପଚାରିବାକୁ ପହଞ୍ଚିଥିଲା। ପରେ ସେମାନଙ୍କ ଯୁକ୍ତିତର୍କ ବଢ଼ିଯାଇଥିଲା ଓ କଥା ମାଡ଼ଗୋଳ ଯାଏଁ ପହଞ୍ଚିଥିଲା। ଉଭୟ ପରିବାରର ଝଗଡ଼ା ମଧ୍ୟରେ ଲୀଲାବତୀ ଦେବୀ ପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତା’ ପରଦିନ ହିଁ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ପୋଲିସର କହିବାନୁସାରେ, ମହିଳାଙ୍କର ଅନ୍ୟ ଶାରୀରିକ ସମସ୍ୟା ମଧ୍ୟ ଥିଲା। କିନ୍ତୁ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଛି।

ଏ ନେଇ ମୃତା ମହିଳାଙ୍କ ଝିଅ କହିଛନ୍ତି ଯେ ସେ ପଡ଼ୋଶୀ ଘର କିମ୍ବା ଆଉ କାହାକୁ ଆକ୍ଷେପ କରି ଏହି ଷ୍ଟାଟସ୍‌ ଚାଖି ନଥିଲେ। କିନ୍ତୁ ପଡ଼େଶୀ ଘର ଯୁବକ ତାହାକୁ ନିଜ ଆଡ଼କୁ ଟାଣି ଏହି କାଣ୍ଡ କରିଛନ୍ତି। ତେବେ ପଡ଼େଶୀ ଘରର ପରିବାର ଲୋକଙ୍କ ନାଁରେ ଆଇପିସି ଧାରା ୩୦୪ରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.