ସ୍ୱାମୀକୁ ଭଡ଼ାରେ ଲଗାଇ ସ୍ତ୍ରୀ ଦିନକୁ ରୋଜଗାର କରୁଛନ୍ତି ୭୦୦୦ ରୁ ଅଧିକ ଟଙ୍କା

ଯେତେବେଳେ ଘରର ବଜେଟ୍ କମ୍ ପଡେ, ମହିଳାମାନେ ଅଧିକ ଚିନ୍ତା କରନ୍ତି କିପରି ଘର ଚଳିବ। ଟଙ୍କା ସଞ୍ଚୟ କରିବାର ଓ ରଖିବାର ନୂଆ ଉପାୟ ବାଛନ୍ତି। କିନ୍ତୁ ନିଜ ସ୍ବାମୀଙ୍କୁ ଭଡ଼ା ଲଗାଇ କିଏ ଟଙ୍କା ରୋଜଗାର କରିବା କଥା ଆପଣ କେବେ ଶୁଣିଛନ୍ତି କି ? ହେଲେ ଏମିତି ଦେଖିବାକୁ ମିଳିଛି ଲଣ୍ଡନରେ, ଯେଉଁଠି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଭଡ଼ାରେ ଲଗାଇଛନ୍ତି। ଏମିତିକି ସେ ଏକ ୱେବସାଇଟ୍ ମଧ୍ୟ ତିଆରି କରିଛନ୍ତି। ସ୍ୱାମୀକୁ ଭଡ଼ାରେ ଲଗାଇ ସ୍ତ୍ରୀ ଦିନକୁ ରୋଜଗାର କରୁଛନ୍ତି ୭୦୦୦ ରୁ ଅଧିକ ଟଙ୍କା । ସେ ଗୋଟେ ବା ଠାରେ ଭଡା ପାଇଁ ୩୩୬୫ ଟଙ୍କା ଚାର୍ଚ୍ଚ କରନ୍ତି ।

କରୋନା ସମଗ୍ର ବିଶ୍ୱକୁ ପ୍ରଭାବିତ କଲା ଏବଂ ସମସ୍ତଙ୍କ ଆର୍ଥିକ ପରିସ୍ଥିତିକୁ ଖରାପ କରିଦେଲା। ଯାହା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇଗଲା ଚଳିବା ପାଇଁ। ଏଥି ସହିତ, କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଆର୍ଥିକ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର କାମ କଲେ। ପୁଣି କିଛି ଲୋକେ ଅଜବ ଅଜବ ଉପାୟ ବାଛିଲେ। ଲଣ୍ଡନରେ ରହୁଥିବା ଜଣେ ମହିଳା ଏପରି ଏକ ଅଜବ ଉପାୟ ମଧ୍ୟ କରିଛନ୍ତି। ଏହି ମହିଳାଙ୍କ ବ୍ୟବସାୟ ସାରା ବିଶ୍ୱରେ ଆଲୋଚନା ହେଉଛି। କାରଣ ସେ ଏକ ୱେବସାଇଟ୍ ତିଆରି କରି ତାଙ୍କ ସ୍ୱାମୀଙ୍କୁ ଭଡ଼ାରେ ନିଯୁକ୍ତି କରାଇଛନ୍ତି ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ , ହୁଏତ ଏକ କିଛି ଲୋକଙ୍କୁ ଆଚମ୍ବିତ କରିଛି ।

ଏକ ରିପୋର୍ଟ ଅନୁଯାୟୀ ଲୌରା ୟଙ୍ଗ ନାମକ ଏହି ମହିଳା କରୋନା ହେତୁ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ନିଜ ସ୍ୱାମୀଙ୍କୁ ଭଡ଼ାରେ ନିଯୁକ୍ତି କରିଛନ୍ତି। ସେ ଏଥିପାଇଁ ଏକ ୱେବସାଇଟ ମଧ୍ୟ ଖୋଲି ଛନ୍ତି। ଯାହା ଦ୍ଵାରା ତାଙ୍କ ସ୍ୱାମୀଙ୍କୁ ଯିଏ ଭଡ଼ାରେ ନେବାକୁ ଇଚ୍ଛା ପ୍ରକାଶ କରିବେ,ସେ ସେହି ୱେବସାଇଟରେ ପ୍ରଥମେ ରେଜିଷ୍ଟ୍ରେସନ୍ କରିବାକୁ ପଡେ ଓ ସେଥିରେ ଲେଖା ଥିବା ସମସ୍ତ ନିୟମ ମାନିବାକୁ ପଡେ।

ତାଙ୍କ ସ୍ୱାମୀଙ୍କୁ ବର୍ତ୍ତମାନ ୪୧ ବର୍ଷ। ଯେ କୌଣସି ଘର କାମରେ କିମ୍ୱା ଅଫିସ୍ କାମରେ ତାଙ୍କ ସ୍ୱାମୀଙ୍କୁ ସେ ନିୟୋଜିତ କରିଛନ୍ତି। ତେଣୁ ଯିଏ ବି ତାଙ୍କ ସ୍ୱାମୀଙ୍କୁ ଭଡ଼ାରେ ନେବ ସେ କୌଣସି ଖରାପ୍ କାମରେ ନିୟୋଜିତ କରିବ ନାହିଁ। ତାଙ୍କ ସ୍ଵାମୀଙ୍କର ମଧ୍ୟ ଏଥି ପାଇଁ କୌଣସି ଅପତ୍ତି ନାହିଁ। ଘରେ ବସିବା ଅପେକ୍ଷା କାମ କରିବା ଭଲ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସେ ନିଜ ଅଫିସ କାମ କରିବା ସହିତ ରେଣ୍ଟରେ ଯାଇ ଅନ୍ୟ ମାନଙ୍କ କାମ ମଧ୍ୟ କରୁଛନ୍ତି। ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଆଧୁନିକ ଯୁଗରେ ଆଧୁନିକ ପ୍ରଣାଳୀରେ ଅନେକ କାମ କରାଯାଇ ପାରିବ ବୋଲି ସେ କହିଛନ୍ତି। ତେବେ ସେ ସମୟର ସଦୁପଯୋଗ କରୁଛନ୍ତି ବୋଲି ଉଭୟ ସ୍ୱାମୀ ସ୍ତ୍ରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.