ଉଜବେକିସ୍ତାନ ସମରକନ୍ଦରେ ପୁଟିନ୍ -ଜିନପିଙ୍ଗ ସାକ୍ଷାତ

ନୂଆଦିଲ୍ଲୀ : ଭେଟ ହେଲେ ପୁରୁଣା ବନ୍ଧୁ । ଉଜବେକିସ୍ତାନ ସମରକନ୍ଦରେ ହେଲା ପୁଟିନ୍ – ଜିନପିଙ୍ଗ ସାକ୍ଷାତ । ଏହି ସାକ୍ଷାତ ସମୟରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା। ପୁରୁଣା ବନ୍ଧୁଙ୍କୁ ଭେଟି ବହୁତ ଖୁସି ବୋଲି କହିଛନ୍ତି ଜିନପିଙ୍ଗ । ୟୁକ୍ରେନ୍ ଯୁଦ୍ଧ ସମେତ ତାଇଓ୍ଵାନ ଉତ୍ତେଜନା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ପୁଟିନ୍ କହିଛନ୍ତି ଏକଧ୍ରୁବୀୟ ବିଶ୍ୱ ଗଠନ ପାଇଁ ଆମେରିକାର ପ୍ରୟାସ ବିଫଳ ହେବ ।

ୟୁକ୍ରେନ୍ ଯୁଦ୍ଧକୁ ନେଇ ଚୀନ୍ର ଆଭିମୁଖ୍ୟକୁ ପ୍ରସଂଶା କରିଛନ୍ତି ପୁଟିନ୍ । ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ରୁଷିଆ ବିରୋଧରେ ଶବ୍ଦଟିଏ ଉଚ୍ଚାରଣ କରିନି ଚୀନ୍ । ଜାତିସଂଘରେ ପ୍ରତି ଥର ଭୋଟିଂରୁ ବିରତ ରହିଛି ଚୀନ୍। ଶେଷ ଥର ପାଇଁ ୟୁକ୍ରେନ୍ ଯୁଦ୍ଧର କିଛି ସପ୍ତାହ ପୂର୍ବରୁ ଭେଟ ହୋଇଥିଲେ ପୁଟିନ୍-ଜିନପିଙ୍ଗ । ଏବେ ଏସସିଓ ସମ୍ମିଳନୀ ଅବସରରେ ଦୁଇ ନେତା ଭେଟ ହୋଇଛନ୍ତି। ଯୁଦ୍ଧକୁ ନେଇ ରୁଷ୍ ବିରୋଧରେ ପୂରା ପାଶ୍ଚାତ୍ୟ ରାଷ୍ଟ୍ର ମେଳି ବାନ୍ଧିଛନ୍ତି। ଏତିକି ବେଳେ ଚୀନ୍ ସମେତ ମୁଷ୍ଟିମେୟ ରାଷ୍ଟ୍ର ରୁଷ୍ ସହ ବନ୍ଧୁତା ବଜାୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.