ନିର୍ମାଣ ହେଲା ଯୋଗୀ ମନ୍ଦିର: ମନ୍ଦିରରେ ପୂଜା ପାଇବେ UP ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିଦିନ ହେଉଛି ଆରତୀ ଓ ଭଜନ

ବୈଦିକ ଯୁଗରେ ଭବ୍ୟ ମନ୍ଦିର ନିର୍ମାଣ, ଜ୍ୟୋତିର୍ଲିଙ୍ଗ ସ୍ଥାପନା ହେବାର ପୁରାଣାରେ ବର୍ଣ୍ଣିତ ଅଛି। ସମୟକ୍ରମେ ଭଗବାନଙ୍କର ସ୍ୱରୂପ ସହିତ ପୂଜାର ପଦ୍ଧତି ମଧ୍ୟ ବଦଳିଛି। ମନ୍ଦିରର ଅର୍ଥ ହେଉଛି ମନଠାରୁ ଦୂର ଅନ୍ୟଏକ ସ୍ଥାନ। ସେ ଭଗବାନଙ୍କ ସ୍ୱରୂପ କିମ୍ବା ଗୁରୁଙ୍କ ସ୍ଥାନ ହୋଇପାରେ। ଏମିତିକି ଭକ୍ତଙ୍କର ମାନସିକ ପୂରଣ ହେଲେ ମଧ୍ୟ ସେ ମନ୍ଦିର ନିର୍ମାଣ କରେ। ଭକ୍ତର ଆସ୍ଥା,ବିଶ୍ୱାସ ଅନୁସାରେ ନିଜର ମାନସିକକୁ ଆଧାର କରି ମନ୍ଦିର ମଧ୍ୟ ନିର୍ମାଣ କରେ। ଏମିତି ଏକ ମନ୍ଦିର ନିର୍ମାଣ ହେଇଛି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଠାରେ ଯାହା ଭଗବାନଙ୍କ ଆସ୍ଥା ସହିତ ଯୋଡି ହୋଇଛି କିନ୍ତୁ ପୂଜା ପାଇବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ।

YOGI TEMPLE
YOGI TEMPLE

ଯୋଗୀ ଅଦିତ୍ୟନାଥଙ୍କର ଏହି ମନ୍ଦିର ଅଯୋଧ୍ୟା-ଗୋରଖପୁର ରାଜରାସ୍ତା ଭାରତକୁଣ୍ଡ ପାଖରେ ତିଆରି ହୋଇଛି। ୟେ ହେଉଛି ସେହି ଭରତକୁଣ୍ଡ ଯେଉଁଠି ଶ୍ରୀରାମଙ୍କ ଅନୁଜ ଭ୍ରାତା ଭରତ, ଭ୍ରାତା ଶ୍ରୀରାମଙ୍କ କଠଉ ସିଂହାସନରେ ରଖି ୧୪ ବର୍ଷ କାଳ ରାଜକାର୍ଯ୍ୟ ପାଳନ କରିଥିଲେ । ୨୦୧୪ ମସିହାରୁ ଯୋଗୀଙ୍କ ପାଇଁ ପ୍ରଚାର କରୁଥିବା ପ୍ରଭାକର ମୌର୍ଯ୍ୟ ଏହି ମନ୍ଦିର ନିର୍ମାଣ କରିଛନ୍ତି । ପ୍ରଭାକରଙ୍କ କହିବା କଥା ସେ ସଂକଳ୍ପ କରିଥିଲେ ରାମ ଜନ୍ମଭୂମି ଅଯୋଧ୍ୟାରେ ଯିଏ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବ,ସେ ତାଙ୍କର ମନ୍ଦିର ନିର୍ମାଣ କରିବେ । ଏବେ ଅଯୋଧ୍ୟାରେ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେଉଛି। ତେଣୁ ତାଙ୍କର ସଂକଳ୍ପ ପୂର୍ଣ୍ଣ ହୋଇଛି, ଯାହାକି ଯୋଗୀଙ୍କ ପାଇଁ ସମ୍ଭବ ହୋଇ ପାରେ।

ଅଯୋଧ୍ୟାରେ ରାମଙ୍କ ଭବ୍ୟ ମନ୍ଦିର ତିଆରି ହେବାରେ ଯୋଗୀ ଅଦିତ୍ୟନାଥଙ୍କର ବଡ଼ ଭୂମିକା ରହିଛି। ତେଣୁ ସେ ତାଙ୍କର ମନ୍ଦିର ନିର୍ମାଣ କରିଛନ୍ତି। ମନ୍ଦିର ନିର୍ମାତା ପ୍ରଭାକର ମୌର୍ଯ୍ୟ କହିଛନ୍ତି, ମନ୍ଦିରର ରୀତିନୀତି ଅନୁସାରେ ମୂର୍ତ୍ତି ସ୍ଥାପନା କରାଯାଇଛି। ଯୋଗୀରାଜଙ୍କ ଉଚତା ଅନୁସାରେ ୫ ଫୁଟ ୪ ଇଞ୍ଚ ଉଚ୍ଚତାରେ ନିର୍ମାଣ ହେଇଛି ମୂର୍ତ୍ତି। ଯୋଗୀ ମହାରାଜଙ୍କ ବେଶଭୁଷା ଅନୁସାରେ ସେ ପିନ୍ଧୁଥିବା ବସ୍ତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ମୂର୍ତ୍ତିପାଇଁ ବହୁତ ଯତ୍ନର ସହିତ ନିର୍ମାଣ କାର୍ଯ୍ୟ ହୋଇଛି। ଏହି ମୂର୍ତ୍ତି ବାରବାଙ୍କିର ଜଣେ ଦକ୍ଷ କାରିଗର ନିର୍ମାଣ କରିଛନ୍ତି। ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୨ ମାସ ସମୟ ଲାଗିଛି। ଅଯୋଧ୍ୟାର ଏହି ଯୋଗୀ ମନ୍ଦିରରେ ଆରତି ହେବା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ ମଧ୍ୟ ହେଉଛି। ବଡ଼ କଥା ହେଉଛି ନିଜେ ମନ୍ଦିର ନିର୍ମାତା ପ୍ରଭାକର ମୌର୍ଯ୍ୟ ନିଜେ ଭଜନ ଲେଖିଛନ୍ତି ଯୋଗୀଙ୍କ ପାଇଁ। ମନ୍ଦିରର ପ୍ରଚାର ପ୍ରସାର ପାଇଁ ଅଡ଼ିଓ ଏବଂ ଭିଡ଼ିଓ କ୍ୟାସେଟ ମଧ୍ୟ ତିଆରି ହେଉଛି ।

Leave A Reply

Your email address will not be published.