ଖାଇବା ପାର୍ସଲ ଦେବା ପରେ ଯୁବତୀଙ୍କୁ ଜାବୁଡି ଧରି କିସ୍‌ କଲେ ଜମାଟୋ ଡେଲିଭରୀ ବଏ୍‌, ଅଭିଯୋଗ ପରେ ହେଲେ ଗିରଫ

ମହାରାଷ୍ଟ୍ର ପୁନେରେ ୪୨ ବର୍ଷୀୟ ଜମାଟୋ ଡେଲିଭରୀ ବଏ୍‌ ୧୯ ବର୍ଷୀୟ ଯୁବତୀଙ୍କୁ ଜବରଦସ୍ତ କିସ୍‌ କରିଥିବା ମାମଲା ସାମ୍ନାକୁ ଆସିଛି। ପୀଡିତା ଯୁବତୀ ଜଣକ ଏହାକୁ ନେଇ ଥାନାରେ ମାମଲା ଦାଏର କରିଛନ୍ତି। ମାମଲା ପରେ ପୋଲିସ ଡେଲିଭରୀ ବଏଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ୟେଓ୍ଵଲେବାଡି ସୋସାଇଟିରେ ଦେଖିବାକୁ ମିଳିଛି।

ପୀଡିତା ଯୁବତୀ ଜଣକ ଇଂଜିନିୟରିଂ ଛାତ୍ରୀ। ସେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ। ସେ ଅଭିଯୋଗରେ କହିଛନ୍ତି, ୧୭ ସେପ୍ଟେମ୍ବର ରାତି ୯.୩୦ ମିନିଟରେ ଜମାଟୋରୁ ଖାଇବା ଅର୍ଡର କରିଥିଲେ। କିଛି ସମୟ ପରେ ଡେଲିଭରୀ ବଏ ଖାଇବା ନେଇ ରୁମକୁ ଆସିଥିଲେ। ଯୁବତୀଙ୍କୁ ଖାଇବା ଦେବା ସମୟରେ ଶୋଷ ଲାଗୁଛି କହି ପାଣି ମାଗିଥିଲେ। ଯୁବତୀ ଜଣକ ପାଣି ନେଇ ଆସିବା ପରେ ଡେଲିଭରୀ ବଏ ତାଙ୍କୁ ଘରଲୋକଙ୍କ ବିଷୟରେ ପଚାରିଥିଲେ। ଯୁବତୀ ଜଣକ ଫ୍‌ଲାଟରେ ନିଜ ସାଙ୍ଗ ସହିତ ରୁହନ୍ତି ବୋଲି କହିଥିଲେ। ଏହା ଶୁଣିବା ପରେ ଡେଲିଭରୀ ବଏ ତାଙ୍କୁ ଆଉ ଥରେ ପାଣିମାଗିଥିଲେ।

ଯୁବତୀ ଜଣକ ପାଣି ଆଣିବା ପାଇଁ ବୁଲିପଡି ଯିବା ସମୟରେ ଡେଲିଭରୀ ବଏ ତାଙ୍କୁ ପଛପଟୁ ଜାବୁଡି ଧରି ଗାଲକୁ କିସ୍‌ କରିଥିଲେ। ଯାହାକୁ ବିରୋଧ କରିଥିଲେ ଯୁବତୀ। ଆଉ ଡେଲିଭରୀ ବଏ ଜଣକ ଯିବା ସମୟରେ ଯୁବତୀଙ୍କୁ ମୁଁ ତୁମ ଅଙ୍କଲ ଭଳି କହିଥିଲେ। ଯଦି କେତେ ବେଳେ ଦରକାର ପଡେ ତେବେ ଜଣାଇବାକୁ କହିଥିଲେ ଡେଲିଭରୀ ବଏ।

ମାମଲା କେବଳ ଏତିକି ନୁହେଁ, ଡେଲିଭରୀ ବଏ ଜଣକ ସେଠାରୁ ଯିବା ପରେ ଯୁବତୀଙ୍କୁ ହ୍ଵାଟସଆପ୍‌ ନମ୍ବରୁ ମେସେଜ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ବିରକ୍ତି ହୋଇ ଯୁବତୀ ଜଣକ ଥାନାରେ ମାମଲା ଦାଏର କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଡେଲିଭରୀ ବଏଙ୍କୁ ଗିରଫ କରି ଯାଞ୍ଚ ଚଳାଇଛି। ସୋସିଆଲ ମିଡିଆରେ ୟୁଜରମାନେ ଜମାଟୋ କମ୍ପାନୀ ଏବଂ ଡେଲିଭରୀ ବୟଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏମିତି ଅନେକ କାରନାମା କରିସାରିଛନ୍ତି ଜମାଟୋ ଡେଲିଭରୀ ବଏ୍‌। ଜଣେ ଯୁବତୀ ଜମାଟୋରେ ଅର୍ଡର କରିଥିବା ଖାଦ୍ୟକୁ କ୍ୟାନ୍ସଲ କରିଦେବାର ଜାଣି ଡେଲିଭରୀ ବୟ ହଠାତ୍‌ ରାଗିଯାଇଥିଲେ। ଆଉ ତା’ପରେ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଇଥିଲେ। ଯୁବତୀ ଜଣକ ପ୍ରଥମେ ଜମାଟୋରେ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ବିଳମ୍ବ ହେବାରୁ ସେ ଅର୍ଡର କ୍ୟାନ୍ସଲ କରିଦେଇଥିଲେ। ସେପଟେ ଡେଲିଭରୀ ବୟ ଖାଦ୍ୟ ନେଇ ତାଙ୍କ ଘରେ ପହଞ୍ଚିଯାଇଥିଲେ। ଯୁବତୀ ଖାଦ୍ୟ ନେବାକୁ ମନା କରି କଷ୍ଟମର କେୟାରକୁ ଫୋନ୍‌ କରିଥିଲେ। ଏଥିରେ ଭୀଷଣ ରାଗିଯାଇ ଡେଲିଭରୀ ବୟ ଯୁବତୀଙ୍କ ନାକକୁ ମୁଥ ମାରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ALso Read : ପ୍ରେମିକ ସହିତ ବାଇକରେ ବୁଲୁଥିଲେ ପତ୍ନୀ, ରାସ୍ତା ଉପରେ ମାଡିବସିଲେ ସ୍ୱାମୀ: ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.