ମୟୁରଭଞ୍ଜ: ଦୁଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକା, ଧାନ ରୋଇବାକୁ ଯାଉଥିବା ୩୫ ଶ୍ରମିକ ଗୁରୁତର  

କରଞ୍ଜିଆ(କେନ୍ୟୁଜ୍):  ଦୁଇ  ପିକଅପ୍ ମୁହାଁମୁହିଁ ଧକ୍କା। ପିକଅପରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଚିଆଁବେଡା ଛକରେ । ସାତକୋଶିଆ ପଞ୍ଚାୟତ ବାଗଦଫା ଗ୍ରାମର ୩୫ ରୁ ଉର୍ଦ୍ଧ୍ବ ମହିଳା ଧାନ ରୋଇବା ପାଇଁ ପିକଅପରେ ଘସିପୁରା ଥାନା ଝାଡଖୁଣ୍ଡି ଗ୍ରାମକୁ ଯାଇଥିଲେ ।

ସେଠାରୁ କାମ ସାରି ଫେରିବା ବେଳେ ସମ୍ମୁଖରୁ ଆସୁଥିବା ପିକଅପ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକଅପରେ ଥିବା ସମସ୍ତ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ‌। ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.