ଗୋପାଳପୁରଠାରୁ ୨୦୦ କିମି ଓ ପୁରୀଠାରୁ ୨୭୦ କିମି ଦୂରରେ ବାତ୍ୟା ‘ଜଓ୍ଵାଦ’, ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା

ଭୁବନେଶ୍ବର(କେନ୍ଯୁଜ୍):ଦୁର୍ବଳ ହେଉଛି, ଦୂରେଇ ଯାଉଛି। ଦୁର୍ବଳ ହେଲା ବାତ୍ୟା ‘ଜଓ୍ଵାଦ’। ଆଜି ଅବପାତରେ ପରିଣତ ହେବ । ଗତ ୬ ଘଣ୍ଟା ଧରି ୧୧ କିମି ବେଗରେ ଗତିକରୁଛି। ବିଶାଖାପାଟଣାଠାରୁ ୧୮୦ କିମି ଦୂରରେ ଅଛି ‘ଜଓ୍ଵାଦ’। ଗୋପାଳପୁରଠାରୁ ୨୦୦ କିମି, ପାରାଦୀପଠାରୁ ୩୬୦ ଓ ପୁରୀଠାରୁ ୨୭୦ କିମି ଦୂରରେ ରହିଛି ବାତ୍ୟା।

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଆଜି ମଧ୍ୟାହ୍ମରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ତାପରେ ପଶ୍ଚିମବଙ୍ଗ ମୁହାଁ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଦୁର୍ବଳ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଅବପାତ । ପୁରୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୪୦-୫୦ କିଲୋମିଟର ରହିପାରେ ।

ସ୍ଥଳ ଭାଗରେ ପଶି ସମୁଦ୍ରକୁ ପଳାଇବ । ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବ । ରାତି ସୁଦ୍ଧା କମିବ ପ୍ରଭାବ । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୭ ଜିଲ୍ଲାକୁ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।  ତେବେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜାରି ରହିଛି ବର୍ଷା ସାଙ୍ଗକୁ ହାଲୁକା ପବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.