ରୋନାଲଡୋଙ୍କ ପେନାଲ୍ଟି ମିସ୍ ପରେ ମ୍ୟାଚ୍ ଡ୍ର :ପ୍ରି-କ୍ୱାର୍ଟରରେ ପର୍ତ୍ତୁଗାଲ

ନୂଆଦିଲ୍ଲୀ : ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ପେନାଲଟି ମିସ୍ କଲେ । ତେବେ ଇରାନ୍ ସହ ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର ରଖି ଫିଫା ବିଶ୍ୱ କପ୍ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ପର୍ତ୍ତୁଗାଲ । ଗତକାଲିର ଶେଷ ମ୍ୟାଚ୍ରେ ଜିତିବା ପାଇଁ ପୂରା ଦମ୍ ଲଗାଇଥିଲେ ମଧ୍ୟ ଇରାନ୍କୁ ମାତ୍ ଦେଇ ପାରିନଥିଲା । ସେପଟେ ଆୟୋଜକ ରୁଷ୍ ବିପକ୍ଷରେ ଉରୁଗୁଏର ଏକ ତରଫା ବିଜୟ ।

ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ରୁଷକୁ ୩-୦ ଗୋଲରେ ପରାସ୍ତ କରିଛି ଉରୁଗୁଏ । ଏହି ବିଜୟ ସହ ଦ୍ୱିତୀୟ ପର୍ୟ୍ୟାୟ ମୁକାବିଲା ପାଇଁ ଉରୁଗୁଏ ନିଜର ସ୍ଥାନ ପକ୍କା କରି ଗ୍ରୁପ୍ ଏ ଦଳର ଶୀର୍ଷରେ ରହିଛି । ଅନ୍ୟ ଏକ ମ୍ୟାଚ୍ରେ ସାଉଦି ଆରବ ୨-୧ ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି । ୨୦୧୮ ବିଶ୍ୱକପ୍ରେ ସାଉଦି ଆରବର ଏହା ପ୍ରଥମ ବିଜୟ। ଏହା ପୂର୍ବରୁ ଚଳିତ ବିଶ୍ୱକପ୍ର କୌଣସି ମ୍ୟାଚ୍ରେ ଆରବ ଦଳ ଗୋଟିଏ ହେଲେ ଗୋଲ ବି ଦେଇ ନଥିଲା।

ଆଜି ଫିଫା ବିଶ୍ୱ କପ୍ରେ ୪ଟି ମ୍ୟାଚ୍ ଖେଳାଯିବ । ରାତି ସାଢ଼େ ୭ଟା ବେଳେ ଗ୍ରୁପ୍ ‘ସି’ରେ ଅଷ୍ଟ୍ରେଲିଆ-ପେରୁ ଏବଂ ଡେନମାର୍କ ଫ୍ରାନ୍ସ ମଧ୍ୟରେ ଲଢ଼େଇ ହେବ । ରାତି ୧୧.୩୦ରେ ଗ୍ରୁପ୍ ଡି’ରେ ମୁକାବିଲା କରିବେ ନାଇଜେରିଆ-ଆର୍ଜେଣ୍ଟିନା ଏବଂ ଆଇସ୍ଲାଣ୍ଡ-କ୍ରୋଏସିଆ। ପରବର୍ତ୍ତୀ ଗ୍ରୁପ୍କୁ ଯିବା ଲାଗି ଆର୍ଜେଣ୍ଟିନାକୁ ଆଜିର ମ୍ୟାଚ୍ ଜିତିବା ପାଇଁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.