ଜୟଦେବ ଭବନରେ ସ୍ଵାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତି ସମାରୋହ: ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ କରାଗଲା ସମ୍ବର୍ଦ୍ଧିତ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ଜୟଦେବ ଭବନରେ ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତି ସମାରୋହ ଓ ପ୍ରାଣନାଥ ସମ୍ମାନ ପ୍ରଦାନ ଉତ୍ସବ ପାଳିତ ହୋଇଛି । କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍। ଏହା ସହିତ ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ନିରଂଜନ ରଥ , କିଟ ଓ କିସ୍ ପ୍ରତଷ୍ଠାତା ତଥା  ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଖ୍ୟାତସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ପ୍ରାଣନାଥ ସମ୍ମାନ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷର ପ୍ରାଣନାଥ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ବିଶିଷ୍ଟ୍ ଚିକିତ୍ସା ବିଜ୍ଞାନୀ ଡା ସିବିକେ ମହାନ୍ତି, କବି ରକ୍ଷକ ନାୟକ, ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆ , ଶିକ୍ଷାବିତ୍ ଡକ୍ଟର ସୌରେନ୍ଦ୍ର କୁମାର୍ ମହାପାତ୍ର ଓ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର। ସମସ୍ତ ଖ୍ୟାତସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ  ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଣନାଥ ସ୍ମୃତି ସମିତି ସାଧାରଣ ସମ୍ପାଦକ ଦିଲ୍ଲୀପ ହାଲି ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.