ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାର ବଡ ସଫଳତା, ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୩୬କୁ କମିଲା

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାର ବଡ ସଫଳତା । ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୩୬କୁ କମିଲା । ୨୦୦୫ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ ପାଇଛି । ଯାହାକି ସାରା ଦେଶରେ ସର୍ବାଧିକ ହ୍ରାସ । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗ ଓ ଟିମ୍‌ ଓଡିଶାକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କ୍ରମାଗତ ସଫଳତା ହାସଲ କରି ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି । ଏବେ ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛି ଓଡ଼ିଶା । ଓଡ଼ିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ରାଜ୍ୟ ପାଇଁ ନୂଆ ନୂଆ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.