ମୟୁରଭଞ୍ଜ ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ମୟୁରଭଞ୍ଜ: ଆଜି ଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ମୟୁରଭଞ୍ଜ ଜିଲ୍ଲାର ୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ପ୍ରାୟ ୧୫୫୬ ଜଣ ପରିକ୍ଷାର୍ଥୀ । ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ହୋଇଛି ଜିଲ୍ଲା ସ୍ତରୀୟ ୨ଟି ସ୍କ୍ବାର୍ଡ । ବାରିପଦା ଠାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଉଦଳା,କରଞ୍ଜିଆ,ଓ ରାଇରଙ୍ଗପୁର ଠାରେ ମଧ୍ୟ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି ।

supplementary examପରୀକ୍ଷା ସକାଳ ୯ ଟାରୁ ଆରମ୍ଭହୋଇ ୧୧.୩୦ ରେ ଶେଷ ହୋଇଛି। ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୨୯ ତାରିଖରେ ଶେଷ ହେବ। ପ୍ରଥମ ଦିନରେ ମାତୃଭାଷା  ପରୀକ୍ଷା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରରେ ପିଇବା ପାଣି ଓ ଗ୍ଲୁକୋଜ ମହଜୁଦ ରଖାଯାଇଥିବା ବେଳେ ବିଦ୍ୟୁତ କାଟକୁ ପାଇଁ ପରୀକ୍ଷାର୍ଥୀଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଜେନେରେଟରର ବ୍ୟବସ୍ଥା କରିବା ପାଇଁ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.